ଓଡିଶା

ବନ ଦିବସରେ ଉତ୍ତମ ବନାଞ୍ଚଳ ଅଧିକାରୀ ଭାବେ ଜଗନ୍ନାଥ ବିଷୋୟୀ ସମ୍ମାନିତ – bajravana

[ad_1]

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଚଳିତ ବନ ଦିବସରେ ଉତ୍ତମ ବନାଞ୍ଚଳ ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ବର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଜଗନ୍ନାଥଙ୍କୁ ଉପଢୌକନ ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରିଥିଲେ।

ପ୍ରକାଶ ଥାଉକି ଜଗନ୍ନାଥ ବିଷୋୟୀ ମାଲକାନଗିରି ବନାଞ୍ଚଳ ଦାୟୀତ୍ବ ନେବା ପରେ ମାଲକାନଗିରି ସତୀଗୁଡା ଡ୍ୟାମର ଉନ୍ନତୀକରଣ କରିବା ସହ ପର୍ଯ୍ୟଟନ ମୁହାଁ କରାଇ ପାରିଥିଲେ। ତାଂକ କାର୍ଯ୍ୟକାଳ ସମୟରେ ଜଂଗଲ ବଢିବା ସହ କାଠ ମାଫିଆ ପ୍ରମାଦ ଗଣିଥିଲେ। ଜଣେ ଦକ୍ଷ ଓ ଦାୟୀତ୍ବବାନ ବନାଞ୍ଚଳ ଅଧିକାରୀ ଭାବେ ଜିଲ୍ଲାରେ ତାଂକର ପରିଚୟ ରହିଥିଲା। ତେଣୁ ତାଂକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ବାଳ, ବନ୍ୟପ୍ରାଣୀର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ ନନ୍ଦ, ମୁଖ୍ୟ ବନ ସଂରକ୍ଷକ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button