ଅପରାଧ

୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ – bajravana

[ad_1]

ନୂଆଦିଲ୍ଲୀ : ଆଇଏସଆଇଏସ ଲିଙ୍କରେ ଦିଲ୍ଲୀରୁ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ଗିରଫ ୩ ଆତଙ୍କବାଦୀ ହେଲେ ଶହନୱାଜ, ମହମ୍ମଦ ରିଜୱାନ ଓ ମହମ୍ମଦ ଅର୍ଶଦ ୱାରସି । ଜାତୀୟ ତଦନ୍ତକାରୀ ସଂସ୍ଥା NIAର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିଲେ ଏହି ଆତଙ୍କୀ । ଗିରଫ ଶହନୱାଜ ପେଷାରେ ଜଣେ ଇଂଜିନିୟର ହୋଇଥିବାବେଳେ ପୁଣେରେ ଆଇଏସଆଇଏସ ଲିଙ୍କ୍ ସନ୍ଦେହରେ ଗିରଫ ହୋଇଛି । ପୁଣେରେ ତଦନ୍ତକାରୀ ସଂସ୍ଥାର ରେଡ ବେଳେ ଶହନୱାଜର ଦୁଇ ସହଯୋଗୀ ଗିରଫ ହୋଇଥିଲେ ।

ଶହନୱାଜ ସହ ଅନ୍ୟ ଦୁଇ ସହଯୋଗୀଙ୍କ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ଶହନୱାଜ, ଅବଦୁଲ୍ଲା ଓ ରିଜୱାନ ଆଇଏସଆଇଏସ ମିଶନ୍ ଲିଙ୍କ୍ ରେ ଆସିଥିଲେ । ଦେଶରେ ହିଂସା ଓ ଆତଙ୍କୀ ଖେଳାଇବାକୁ ଯୋଜନା କରିଥିଲେ ଏହି ୩ ସନ୍ଦିଗ୍ଧ ଆତଙ୍କବାଦୀ । ଅବଦୁଲ୍ଲା ପୁଣେର ଏକ ଡାଏପର ଷ୍ଟୋର ଖୋଲି ସେଠାରେ ବିସ୍ଫୋରକ ଏକାଠି କରୁଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button