ଅପରାଧ

ସ୍ବାମୀ ଭିଡିଓ କଲ୍‌ରେ କଥା ହେବା ପରେ ପୁଅକୁ ହତ୍ୟା କରିଥିଲେ ମହିଳା ସିଇଓ – bajravana

[ad_1]

 ବେଙ୍ଗାଲୁର: ବେଙ୍ଗାଲୁରୁ ସ୍ଥିତ ସିଇଓ ଗତ ୭ ତାରିଖରେ ଗୋଆର ଏକ ହୋଟେଲ୍‌ ରୁମ୍‌ରେ ନିଜ ପୁଅର  ହତ୍ୟା କରିଥିବା କଥା ଆପଣ ଜାଣିଥିବେ। ଏବେ ଏହି ମାମଲାରେ ସଦ୍ୟ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ମହିଳା ତାଙ୍କ ପୁଅର ହତ୍ୟା କରିବା ପୂର୍ବରୁ ୪ ବର୍ଷର ପୁଅଟି ତା’ର ବାପାଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲା।

ବିବାହର ୧୦ ବର୍ଷ ପରେ ମୃତ ବାଳକର ବାପାମାଆ ୨୦୨୦ ମସିହାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ତେବେ ସୋମାନଙ୍କ ଛାଡ଼ପତ୍ର ମଞ୍ଜୁର ହୋଇନଥିବା ବେଳେ ରବିବାର ଦିନ ପୁଅକୁ ଭେଟିବାକୁ କୋର୍ଟ ବାପାଙ୍କୁ ଅନୁମତି ଦେଇଥିଲେ। ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଆ। ଶେଷରେ ସେ ପୁଅକୁ ହତ୍ୟା କରିବାକୁ ବି ପଛାଇ ନଥିଲେ।

ତାଙ୍କ ପୁଅର ହତ୍ୟା ଅଭିଯୋଗରେ ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟ ଅପର ସିଇଓଙ୍କୁ ସୋମବାର ଗିରଫ କରାଯାଇଛି। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଛାଡ଼ପତ୍ର ହୋଇନଥିବା ବେଳେ ସେମାନେ କିନ୍ତୁ ଅଲଗା ରୁହନ୍ତି।

ବୁଧବାର ପୁଲିସ ସୂଚନା ଦେଇ କହିଛି ଯେ ମହିଳା ଯୋଜନାବଦ୍ଧ ଭାବେ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଛନ୍ତି। ପୁଲିସ୍‌ ଆହୁରି ବି କହିଛି ଯେ ମହିଳାଙ୍କ କୋଠରୀ ଭିତରୁ ଖାଲି କାଶ ସିରପ୍‌ ମିଳିଥିଲା।

ଜଣେ ଡାକ୍ତରଙ୍କ କହିବାନୁଯାୟୀ, ମହିଳା ଜଣକ ପୁଅକୁ ମାରିବାକୁ ତକିଆ କିମ୍ବା ତଉଲିଆ ବ୍ୟବହାର କରିଛନ୍ତି। ପୁଲିସ୍ ଜେରା ସମୟରେ ମହିଳା ମାନସିକ ସ୍ତରରେ ପୂରା  ସୁସ୍ଥ ଥିବା ଜଣାପଡ଼ିଛି।

ଉଲ୍ଳେଖଯୋଗ୍ୟ, ଗୋଆସ୍ଥିତ ଏକ ହୋଟେଲରେ ବେଙ୍ଗାଲୁରୁ ଷ୍ଟାର୍ଟ ଅପର ମହିଳା ସିଇଓ ଜଣକ ତାଙ୍କ ଚାରି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।  ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳା ଜଣଙ୍କ ପୁଅର ମୃତଦେହ ସହିତ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଧରାପଡ଼ିଥିଲେ। ଏବେ ତାଙ୍କୁ ପୁଲିସ୍‌ ଧରିବା ପରେ ଗିରଫ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button