ଓଡିଶା

ପ୍ରେମିକାକୁ ଭିଡିଓ କଲ୍‌ କରି ଫ୍ୟାନ୍‌ରେ ଝୁଲିପଡ଼ିଲେ – bajravana

[ad_1]

ଚନ୍ଦ୍ରଶେଖରପୁର: ଆଜି ସକାଳେ ଡମଣାସ୍ଥିତ ଏକ ଆପାର୍ଟମେଣ୍ଟରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଏକ ଦାମୀ ହୋଟେଲ୍‌ରେ ସେଫ୍ ଭାବେ କାମ କରୁଥିବା ଭଦ୍ରକର ପ୍ରଭୁପଦ ମହାରଣା(୨୨)। ସେ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ନିଜ ରୁମ୍‌ରେ ଫ୍ୟାନ୍‌ରେ ଝୁଲିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ପ୍ରେମ ପ୍ରତାରଣାର ଶିକାର ହୋଇ ପ୍ରଭୁପଦ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ପରିବାର ପକ୍ଷରୁ ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯାଇଛି। ପୁଲିସ ପ୍ରଭୁପଦଙ୍କ ମୋବାଇଲ୍‌ ଜବତ କରି ତଦନ୍ତ ଚଳାଇଛି।

ସୂଚନାନୁସାରେ ଆଜି ସକାଳେ ପ୍ରଭୁପଦ ନିଜ ରୁମ୍‌ରୁ ପ୍ରେମିକାଙ୍କୁ ଭିଡିଓ କଲ୍‌ କରିଥିଲେ। ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ତୁରନ୍ତ ‌ଯୁବତୀଜଣଙ୍କ ଫୋନ୍‌ କାଟି ଦେଇ ପ୍ରଭୁପଦ କାମ କରୁଥିବା ହୋଟେଲ୍‌ର ମ୍ୟାନେଜର୍‌ଙ୍କୁ ଏବାବଦରେ ଜଣାଇଥିଲେ ଏବଂ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ। ତୁରନ୍ତ ହୋଟେଲ୍‌ ମ୍ୟାଜେନର୍‌ କିଛି ସହକର୍ମୀଙ୍କୁ ନେଇ ଡମଣାସ୍ଥିତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ମାତ୍ର ପ୍ରଭୁପଦଙ୍କ ରୁମ୍‌ ଭିତରୁ ବନ୍ଦ ଥିଲା ଏବଂ ତାଙ୍କୁ ଯେତେ ଡାକିଲେ ବି ସେ ଜବାବ୍ ଦେଇନଥିଲେ। ଏହାପରେ ସେମାନେ ଝରକା ଦେଇ ଦେଖିବା ବେଳକୁ ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ସେମାନେ ପୁଲିସକୁ ଜଣାଇବା ସହ ପ୍ରଭୁପଦଙ୍କ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ପରେ ପୁଲିସ ସେଠାରେ ପହଞ୍ଚିଥିଲା ଏବଂ ପରିବାର ଲୋକେ ପହଞ୍ଚିବା ପରେ କବାଟ ଭଙ୍ଗାଯାଇଥିଲା। ପରିବାର ଲୋକେ ପ୍ରଭୁପଦଙ୍କ ପ୍ରେମ ବାବଦରେ ଜାଣିଥିଲେ ବି କ’ଣ ପାଇଁ ସେ ଆତ୍ମହତ୍ୟା କଲେ, ଜାଣିନାହାନ୍ତି ବୋଲି ପୁଲିସକୁ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button