ମନୋରଞ୍ଜନ

ବିଚ୍ଛେଦ ବିବାହ : ଦାମ୍ପତ୍ୟ ଜୀବନରେ ଖୁସି ରହିବାର ନୂଆ ତରିକା – bajravana

[ad_1]

ସମ୍ପ୍ରତି ଜାପାନୀ ଦମ୍ପତିଙ୍କ ଭିତରେ ‘ବିଚ୍ଛେଦ ବିବାହ’ (ସେପାରେସନ୍‌ ମ୍ୟାରେଜ୍‌) ଶୈଳୀ ବେଶ୍‌ ଲୋକପ୍ରିୟ ହୋଇଚାଲିଛି ଯେଉଁଥିରେ ଦମ୍ପତିମାନେ ପରସ୍ପର ଠାରୁ ଅଲଗା ରହୁଛନ୍ତି ବା ସପ୍ତାହକୁ ଥରେ ଭେଟୁଛନ୍ତି। ଏହା ଦ୍ବାରା ଉଭୟଙ୍କୁ ସ୍ବାଧୀନ ଭାବରେ ଜୀବନ ଉପଭୋଗ କରିବାର ସୁଯୋଗ ମିଳିପାରୁଛି। ସେମାନେ ପରସ୍ପରର ଭଲପାଇବା ଓ ସମର୍ଥନକୁ ଉପଭୋଗ କରିବା ସହ ନିଜ ଜୀବନସାଥୀଙ୍କ ବିଷୟରେ ମୁଣ୍ଡ ନଖେଳାଇ ବ୍ୟକ୍ତିଗତ ଜୀବନ ବଜାୟ ରଖିପାରୁଛନ୍ତି। ‘ବିଚ୍ଛେଦ ବିବାହ’ ଦମ୍ପତିଙ୍କୁ ବିବାହିତ ହେବାର ଓ ଅବିବାହିତ ରହିବାର ମିଶ୍ର ଅନୁଭୂତି ଦେଉଛି। ତେବେ ଗୁରୁତ୍ବପୂର୍ଣ୍ଣ ହେଲା, ପାରସ୍ପରିକ ପ୍ରେମ ଓ ସମ୍ମାନ ଉପରେ ସମ୍ପର୍କ ଆଧାରିତ ହେବା ଆବଶ୍ୟକ। ବିବିସି ଦ୍ବାରା ପ୍ରସାରିତ ଜାପାନୀ ଦମ୍ପତିଙ୍କ ଏଭଳି ଏକ ‘ବିଚ୍ଛେଦ ବିବାହ’ କାହାଣୀରେ ସ୍ବାସ୍ଥ୍ୟ ପ୍ରଶିକ୍ଷିକା ତଥା ବ୍ୟାୟାମଶାଳା ପରିଚାଳିକା ହିରୋମି ତାକେଦା ନିଜକୁ ଜଣେ ଦୃଢ଼ ସ୍ବାଧୀନ ମହିଳା ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ଘରେ ଥିଲେ ସେ କିଛି କାମ କରିବାକୁ ଅସହଜ ମନେ କରନ୍ତି, ଯାହା ତାଙ୍କୁ ଚାପଗ୍ରସ୍ତ କରିଦେଇପାରେ।

ଏବେ ସ୍ବାମୀ ତାଙ୍କ ପାଖରେ ନଥିବାରୁ ସେ ମାନସିକ ଚାପରୁ ମୁକ୍ତ। ସେହିପରି ତାଙ୍କ ସ୍ବାମୀ ହିଦେକାଜୁ ହେଉଛନ୍ତି ଜଣେ ବ୍ୟାବସାୟିକ ପରାମର୍ଶଦାତା, ଯାହାଙ୍କର ଅଧିକାଂଶ ସମୟ କମ୍ପ୍ୟୁଟର ସାମନାରେ ବିତିଥାଏ। ସେମାନଙ୍କର ଜୀବନଶୈଳୀ ପରସ୍ପରଠାରୁ ସଂପୂର୍ଣ୍ଣ ଅଲଗା ହେଲେ ବି ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ସମ୍ମାନ ଦିଅନ୍ତି। ତେଣୁ ସେମାନେ ଘଣ୍ଟାକର ବାଟ ଦୂରରେ ଅଲଗା ଅଲଗା ଘରେ ରହୁଛନ୍ତି। ଏହି ଦମ୍ପତିଙ୍କର ଏକ ସନ୍ତାନ ମଧ୍ୟ ଅଛି ଯିଏ ମାଆ ହିରୋମିଙ୍କ ପାଖରେ ରହୁଛି। ସ୍ବାମୀସ୍ତ୍ରୀ ପରସ୍ପରକୁ ସପ୍ତାହରେ ଦୁଇ ବା ତିନି ଥର ଭେଟନ୍ତି। ବିବାହ ପରେ ଦମ୍ପତି ଏକାଠି ରହିବା ନିହାତି ଦରକାର ନାହିଁ ବୋଲି ଉଭୟ ବିଶ୍ବାସ କରନ୍ତି। ଏପରି ‘ବିଚ୍ଛେଦ ବିବାହ’ ସମ୍ପର୍କ ଏକ ନମନୀୟ ଆଭିମୁଖ୍ୟକୁ ପ୍ରତିନିଧିତ୍ବ କରେ ଯଦ୍ଦ୍ବାରା ଲୋକେ ନିଜ କ୍ୟାରିଅର, ପ୍ରବୃତ୍ତି ଓ ଅଭ୍ୟାସ ସହ ସାଲିସ ନ କରି ବୈବାହିକ ଜୀବନକୁ ଅନୁଭବ କରିପାରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button