ଖେଳ ଖବର

୩ୟ ଦିନିକିଆ : ଭାରତ ୨୮୬ ରନରେ ଅଲଆଉଟ୍,  ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ, ଭାରତ ୨-୧ରେ ସିରିଜ ବିଜୟୀ – bajravana

[ad_1]

ରାଜକୋଟ : ରାଜକୋଟଠାରେ ଖେଳାଯାଇଥିବା ୩ୟ ଦିନିକିଆରେ ଭାରତକୁ ୬୬ ରନରେ ହରାଇଦେଇଛି ଅଷ୍ଚ୍ରେଲିଆ । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୫୩ ରନର ଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତ ୪୯.୪ ଓଭରରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୮୬ ରନ କରିଥିବାବେଳେ ବିରାଟ କୋହଲି ୫୬ ରନ ଓ ଶ୍ରେୟସ ଆୟର ୪୮ ରନ କରିଥିଲେ । ସେହିପରି କେଏଲ ରାହୁଲ ୨୬ ଓ ରବୀନ୍ଦ୍ର ଜାଦେଜା ୩୫ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ ୪ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆର ସମ୍ମୁଖଭାଗ ବ୍ୟାଟ୍ସମ୍ୟାନଙ୍କ ଉତ୍ତମ ପ୍ରଦର୍ଶନ ଫଳରେ ଅଷ୍ଟ୍ରେଲିଆ ଭାରତ ଆଗରେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ନର ୫୬ ରନ ଓ ମିଚେଲ ମାର୍ସ ୯୬ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ୍ ୭୪ ରନ ଓ ମାର୍ନସ ଲାବୁସଚେନ ୭୨ ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟରମାନେ ବିଫଳ ହେବାରୁ ୪୦୦ ରନ କରିବାକୁ ଅଗ୍ରସର ହେଉଥିବା ଅଷ୍ଟ୍ରେଲିଆ ୩୫୨ରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button