ଖେଳ ଖବର

କେପଟାଉନ ଟେଷ୍ଟ : ଦ୍ବିତୀୟ ଇନିଂସରେ ୧୭୬ରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା, ଭାରତ ଆଗରେ ୭୯ ରନର ଲକ୍ଷ୍ୟ – bajravana

[ad_1]

କେପଟାଉନ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି କେପଟାଉନ ଟେଷ୍ଟ । ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୧୭୬ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ରହିଛି ।

ଆଜି (ଗୁରୁବାର )ମ୍ୟାଚର ୨ୟ ଦିନରେ ଦକ୍ଷିଣ ଆଫ୍ରିକା ନିଜର ଗତ କାଲିର ସ୍କୋର ୬୨/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଇଡେନ ମାର୍କରାମ ଏକାକୀ ଭାରତୀୟ ବୋଲରଙ୍କ ସହ ଲଢେଇ କରି ଶତକ ଅର୍ଜନ କରିଥିଲେ । କିନ୍ତୁ ତାଙ୍କ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ଛିଡ଼ା ହୋଇପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିଲେ । ଏହା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଥିଲା  । ଫଳରେ ଭାରତ ୯୮ ରନରେ ଆଗୁଆ ରହିଥିଲା ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button