ଓଡିଶା

ଚାନ୍ଦିପୁର ବୁଲାଇବାକୁ ନେଇ ଗଣଦୁଷ୍କର୍ମ: ବିଷ ପିଇ ଡାକ୍ତରଖାନାରେ ନାବାଳିକା – bajravana

[ad_1]

ହୋଟେଲ ମ୍ୟାନେଜର ସମେତ ୪ ଅଟକ

ବାଲେଶ୍ଵର: ବାଲେଶ୍ବର ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଚାନ୍ଦିପୁର ସମୁଦ୍ରକୂଳସ୍ଥିତ ଏକ ହୋଟେଲରେ ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଗୁରୁତର ହୋଇଛନ୍ତି। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ରାତି ୮ଟା ବେଳେ ପୁଲିସ ଉକ୍ତ ​ହୋଟେଲରେ ଚଢ଼ଉ କରି ହୋଟେଲ ମ୍ୟାନେଜର ଓ ଗଣଦୁଷ୍କର୍ମରେ ସାମିଲ ଥିବା ୩ ଜଣ ଯୁବକଙ୍କୁ ଥାନାକୁ ଆଣି ଛାନ୍‌ଭିନ୍ ଚଳାଇଛି।

ବାଲେଶ୍ବର ସଦର ବ୍ଲକ୍‌ ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ଗତକାଲି ଦ୍ବିପ୍ରହର ସମୟରେ ତାଙ୍କ ପ୍ରେମିକ ଚାନ୍ଦିପୁର ବୁଲିଯିବାକୁ ଡାକିଥିଲେ। ପ୍ରେମିକ କଥାରେ ରାଜି ହୋଇ ସେଠାକୁ ଯିବା ପରେ ଦୁହେଁ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ରହିଥିଲେ। ପ୍ରେମିକଜଣକ ତା’ ସହ ଦୁଷ୍କର୍ମ କରିବା ସହ ସାଙ୍ଗରେ ଡାକିଥିବା ଅନ୍ୟ ୨ ଜଣ ଯୁବକ ମଧ୍ୟ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ପ୍ରେମିକର ପ୍ରତାରଣା ଓ ଛଳ ଜାଣିବା ପରେ ନାବାଳିକାଜଣକ ଘରକୁ ଆସି ବିଷ ପିଇ ଦେଇଥିଲେ। ଘର ଲୋକ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ହୋଟେଲର ମ୍ୟାନେଜରଙ୍କ ସମେତ ସଞ୍ଜୀବ, ସୀତାଂଶୁ ଓ ବିକାଶ ନାମକ ୩ ଯୁବକଙ୍କୁ ଅଟକ ରଖି ଜେରା କରୁଛି। ଅପରପକ୍ଷରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ବିଷ ପିଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ବାଲେଶ୍ଵର ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button