ଓଡିଶା

ସପ୍ତଦଶ ଲୋକସଭାରେ ଓଡ଼ିଆ ସାଂସଦଙ୍କ ପ୍ରଦର୍ଶନ: ସର୍ବାଧିକ ପ୍ରଶ୍ନ ପଚାରିଛନ୍ତି ଚନ୍ଦ୍ରଶେଖର ସାହୁ – bajravana

[ad_1]

ସର୍ବାଧିକ ଆଲୋଚନାରେ ଭାଗ ନେଇଛନ୍ତି ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ମୋଟ ୧୫ଟି ଅଧିବେଶନରେ ଓଡ଼ିଶାର ସାଂସଦମାନେ ସର୍ବମୋଟ ୪୧୮୯ଟି ପ୍ରଶ୍ନ ପଚାରି ଥିବାବେଳେ ୮୭୩ ଆଲୋଚନାରେ ଭାଗ ନେଇଛନ୍ତି। ପିଆର୍‌ଏସ୍‌ ଲେଜିସଲେଟିଭ୍‌ ରିସର୍ଚ୍ଚ ତଥ୍ୟରୁ ଏହା ଜଣାପଡ଼ିଛି। ତଥ୍ୟ ଅନୁସାରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ସବୁଠାରୁ ଅଧିକ ୫୩୧ଟି ପ୍ରଶ୍ନ ପଚାରିଥିବାବେଳେ ୫୦୨ଟି ପ୍ରଶ୍ନ ସହ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୩୧୧ଟି ପ୍ରଶ୍ନ ସହ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ତୃତୀୟ, ୨୬୧ଟି ପ୍ରଶ୍ନ ସହ ବିଜେଡି ସାଂସଦ ମଂଜୁଲତା ମଣ୍ଡଳ ଚତୁର୍ଥ, ୨୪୦ଟି ପ୍ରଶ୍ନ ସହ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ୫ମ ସ୍ଥାନରେ ରହିଛନ୍ତି। ବିଜେଡି ସାଂସଦ ପ୍ରମିଳା ବିଷୋୟୀ ସବୁଠାରୁ କମ୍‌ ୫୪ଟି ପ୍ରଶ୍ନ ପଚାରିଛନ୍ତି। ସେହିଭଳି ସପ୍ତଦଶ ଲୋକସଭାରେ ସର୍ବାଧିକ ୧୮୨ ଆଲୋଚନାରେ ଭାଗ ନେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୧୨୩ଟି ଆଲୋଚନାରେ ଭାଗନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜେଡି ସାଂସଦ ଅନୁଭବ ମହାନ୍ତି ୮୧ଟି ଆଲୋଚନା ସହ ତୃତୀୟ ସ୍ଥାନରେ, ୪୯ଟି ଆଲୋଚନା ସହ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଚତୁର୍ଥ ସ୍ଥାନରେ ଓ ୪୭ ଆଲୋଚନା ସହ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ୫ମ ସ୍ଥାନରେ ରହିଥିବା ତଥ୍ୟରେ ଉଲ୍ଲେଖ ରହିଛି।

ସର୍ବାଧିକ ପ୍ରଶ୍ନ ପଚାରିଛନ୍ତି ଚନ୍ଦ୍ରଶେଖର ସାହୁ
ସର୍ବାଧିକ ଆଲୋଚନାରେ ଭାଗ ନେଇଛନ୍ତି ଭର୍ତ୍ତୃହରି ମହତାବ
ମହିଳା ସାଂସଦଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗନେବାରେ ସଙ୍ଗୀତା ସିଂହଦେଓ ଆଗରେ

ବିଜେପି ସାଂସଦ ଜୁଏଲ ଓରାମ ସବୁଠାରୁ କମ୍‌ ୬ଟି ଆଲୋଚନା‌ରେ ଭାଗ ନେଇଛନ୍ତି। ତଥ୍ୟ ଅନୁସାରେ ସପ୍ତଦଶ ଲୋକସଭାରେ ଓଡ଼ିଶାର ତିନିଜଣ ସାଂସଦଙ୍କ ଦ୍ବାରା ମୋଟ ୧୪ଟି ପ୍ରାଇଭେଟ୍‌ ମେମ୍ବର ବିଲ୍‌ ଆଗତ କରାଯାଇଛି। ଏଥିରେ ସର୍ବାଧିକ ୧୦ଟି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ବାରା, ୩ଟି ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ବାରା ଓ ଗୋଟିଏ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କ ଦ୍ବାରା ଆଗତ କରାଯାଇଛି। ପିଆର୍‌ଏସ୍‌ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟ ଅନୁଯାୟୀ ସପ୍ତଦଶ ଲୋକସଭାରେ ଓଡ଼ିଆ ସାଂସଦମାନଙ୍କ ମଧ୍ୟରୁ ସର୍ବାଧିକ ୯୩ ପ୍ରତିଶତ ଉପସ୍ଥାନ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କର ରହିଥିବାବେଳେ ସର୍ବନିମ୍ନ ୪୯ ପ୍ରତିଶତ ଉପସ୍ଥାନ ବିଜେଡି ସାଂସଦ ଡା.ରା‌ଜଶ୍ରୀ ମଲ୍ଲିକଙ୍କର ରହିଛି। ସପ୍ତଦଶ ‌ଲୋକସଭାରେ ଓଡ଼ିଶାର ଦୁଇଜଣ ସାଂସଦ ଦୁଇଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରୂପେ ଦାୟିତ୍ବ ତୁଲାଇଥିଲେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଶ୍ରମ, ବୟନଶିଳ୍ପ ଓ ଦକ୍ଷତା ବିକାଶ ସଂପର୍କିତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରୂପେ ମୋଟ ୫୮ଟି ରିପୋର୍ଟ ସଂସଦରେ ଉପସ୍ଥାପନା କରିଥିବାବେଳେ ଜୁଏଲ ଓରାମ ପ୍ରତିରକ୍ଷା ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରୂପେ ୪୭ଟି ରିପୋର୍ଟ ଦାଖଲ କରିଥିବା ଲୋ‌କସଭା ତଥ୍ୟରୁ ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button