ମନୋରଞ୍ଜନ

କେକ୍‌ରେ ‘ଜାନେ ଜାନ’ ଲେଖି ଜନ୍ମଦିନ ମନାଇଲେ ଅଭିନେତ୍ରୀ କରୀନା – bajravana

[ad_1]

ମୁମ୍ବାଇ: ୪୩ ବର୍ଷ ବୟସରେ ପାଦ ଦେଇଛନ୍ତି ଅଭିନେତ୍ରୀ କରୀନା କପୁର। ସେପ୍ଟେମ୍ବର ୨୧ ତାରିଖ ଅର୍ଥାତ ଆଜି ମଧ୍ୟ ରାତ୍ରରେ ବେବୋ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ନିଜ ଜନ୍ମଦିନ ଉତ୍ସବ ପାଳନ କରିଛନ୍ତି। କରୀନାଙ୍କ ଏହି ଜନ୍ମଦିନ ପାର୍ଟି ଭଉଣୀ କରିସ୍ମା କପୁରଙ୍କୁ ବି ଦେଖିବାକୁ ମିଳିଛି। ଦୁଇ ଭଉଣୀ ସାଙ୍ଗ ହୋଇ ଚକତ୍କାର ଫଟୋ ପୋଜ୍‌ ଦେଇଛନ୍ତି।

କରୀନା ତାଙ୍କ ଜନ୍ମଦିନରେ ଯେଉଁ କେକ୍‌ କାଟିଛନ୍ତି ତାହା ଏକଦମ ଦେଖିବା ପରି ହୋଇଛି। ଯେଉଁ ସ୍ଥାନରେ ସେ ପାର୍ଟି କରିଛନ୍ତି ସେ ସ୍ଥାନ ବି ଏକ୍‌ଦମ୍‌ ମସ୍ତ ଦିଶୁଛି। କରୀନା କାଟିଥିବା କେକ୍‌ର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କେକ୍‌ ଉପରେ ‘ଜାନେ ଜାନ୍‌’ ବୋଲି ଲେଖାହୋଇଛି।

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କରୀନା କପୁରଙ୍କ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ତାଙ୍କ ଜନ୍ମଦିନ ଅର୍ଥାତ୍ ଆଜି ମୁକ୍ତିଲାଭ କରିବ।

‘ଜନେ ଜାନ’ ରିଲିଜ ହେବା ପୂର୍ବରୁ କରୀନା କପୁର ଅଭିନୟରୁ ଅବସର ନେବା ପ୍ରଶ୍ନ ଉପରେ ନିଜର ଉତ୍ତର ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମୁଁ ଏବେ ବି ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛି। ଯେବେ ମୁଁ ଏହି ଉତ୍ସାହ ହରାଇବି, ତେବେ ଯାଇ ମୁଁ ଅବସର ନେବି। କାରଣ ୪୩ବର୍ଷ ବୟସରେ ମଧ୍ୟ ସେଟରେ ରହିବାର ଉତ୍ସାହ ଏବଂ କ୍ୟାମେରା ସାମ୍ନା କରିବାକୁ ଇଚ୍ଛା ଅଛି। ମୁଁ ଜାଣେ ଯେଉଁ ଦିନ ଏହି ଉତ୍ସାହ ରହିବ ନାହିଁ, ସେହି ଦିନ ମୁଁ ଅଭିନୟ କରିପାରିବି ନାହିଁ। କାରଣ ମୁଁ ଯାହା ପସନ୍ଦ ତାହା କରିବାକୁ ଭଲପାଏ। ମୁଁ ଖାଦ୍ୟକୁ ଭଲ ପାଏ, ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲପାଏ ଏବଂ ବାହାରକୁ ଯିବାକୁ ପସନ୍ଦ କରେ। ତେଣୁ ଯଦି ଏଭଳି ଦିନ ଆସିବ, ଯେଉଁଦିନ ମୋର ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ, ସେଦିନ ମୁଁ ଅଭିନୟରୁ ଅବସର ନେବି। ଭାବୁଛି ୮୩ କି ୯୩ବର୍ଷ ବୟସରେ ମୋର ଆଉ ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button