ମନୋରଞ୍ଜନ

ହ୍ବାଟସଆପ ଚ୍ୟାନେଲରେ ଜୁକରବର୍ଗଙ୍କୁ ପଛରେ ପକାଇଲେ କଟ୍ରିନା – bajravana

[ad_1]

ମୁମ୍ବାଇ: କିଛି ଦିନ ହେବ ହ୍ବାଟସଆପ ଆପରେ ଏକ ନୂତନ ଫିଚର ଆସିଛି ଯାହା ବହୁତ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ ମେସେଜିଂ ଆପରେ ଆସିଥିବା ନୂଆ ଫିଚର ‘ଚ୍ୟାନେଲ’ରେ ଯୋଗ ଦେଉଛନ୍ତି। ଇନଷ୍ଟା ଓ ଏକ୍ସ ଭଳି ହ୍ବାଟସଆପରେ ବି ସେଲିବ୍ରିଟିମାନଙ୍କର ‘ଚ୍ୟାନେଲ’ରେ ପ୍ରଶଂସକ ବଢ଼ୁଥିବା ଦେଖିବାକୁ ମିଳିଛି। ଯଦି ଆମେ ସେଲିବ୍ରିଟିଙ୍କ ହ୍ବାଟସଆପ ଚ୍ୟାନେଲରେ ଫଲୋୟର୍ସଙ୍କ ସଂଖ୍ୟା ଦେଖିବା, ତେବେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ ବହୁ ଆଗରେ ଥିବା ଦେଖିବାକୁ ମିଳିଛି । ଫଲୋୟର୍ସଙ୍କ ସଂଖ୍ୟା ଦୃଷ୍ଟିରୁ ସେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଏବଂ ଆନ୍ତର୍ଜାତୀୟ ରାପର ବ୍ୟାଡ ବନିଙ୍କୁ ପଛରେ ପକାଇ ସର୍ବାଧିକ ପ୍ରଶଂସକ ସଂଗ୍ରହ କରିଛନ୍ତି ।

Katrina Kaif surpasses Bad Bunny with most followers on WhatsApp Channels

ହ୍ବାଟସଆପରେ କିଛି ଦିନ ତଳେ ‘ଚ୍ୟାନେଲ’ ଫିଚର ଲଞ୍ଚ କରାଯାଇଥିଲା ଏବଂ ଲଞ୍ଚ ହେବା ମାତ୍ରେ ଅନେକ ସେଲିବ୍ରିଟି ସେମାନଙ୍କ ଉପସ୍ଥିତି ପଞ୍ଜିକରଣ କରିଥିଲେ । ଏହା ପରେ, ଏହି ଫିଚରର ଲୋକପ୍ରିୟତା ବଢ଼ିବା ସହ ବ୍ୟବହାରକାରୀମାନେ ‘ଚ୍ୟାନେଲ’କୁ ଆସିବା ଆରମ୍ଭ କରିଛନ୍ତି। ଏହା ଦ୍ବାରା ଏଥିରେ ମଧ୍ୟ ସେଲିବ୍ରିଟିମାନଙ୍କ ଫଲୋୟର୍ସଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। କଟ୍ରିନାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଦେଖିବାକୁ ଗଲେ ତାଙ୍କର ‘ଚ୍ୟାନେଲ’ରେ ୧୪ମିଳିୟନ ଫଲୋୟର୍ସ ହୋଇଗଲେଣି । ୧୨.୬ମିଲିୟନ ଫଲୋୟର୍ସ ସହ ରାପର ବ୍ୟାଡ ବନି ଦ୍ବିତୀୟ ସ୍ଥାନରେ ଥିବା ବେଳେ ୯.୨ମିଲିୟନ ଫଲୋୟର୍ସ ସହ ଜୁକରବର୍ଗ ତୃତୀୟ ସ୍ଥାନରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button