ମନୋରଞ୍ଜନ

ଫିଲ୍ମଟି ପ୍ରଥମେ ମଧ୍ୟମ ଥିଲା, ହେଲେ ଅନିରୁଧ ଏହାକୁ ସୁପରହିଟ୍ କଲେ: ରଜନୀକାନ୍ତ – bajravana

[ad_1]

ଚେନ୍ନାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଅଗଷ୍ଟ ୧୦ରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜେଲର’ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲପାଇବା ମିଲିଥିଲା। ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରିଥିଲା ରଜନୀକାନ୍ତଙ୍କ ଫିଲ୍ମ।

ସୂଚନା ମିଳିଥିଲା ଯେ, ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବିଶ୍ବ ସ୍ତରରେ ୫୬୪.୩୫କୋଟି ଟଙ୍କା ଆୟ କରିଥିଲା। ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବା କୁହାଯାଉଥିବା ବେଳେ ‌ଏବେ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମର ସଫଳତା ପଛରେ ଗାୟକ, ସଂଗୀତ ନିର୍ଦ୍ଦେଶକ ଓ ପ୍ର‌ଯୋଜକ ଅନିରୁଧ ରବିଚନ୍ଦେରଙ୍କ ହାତ ଥିବା କହିଛନ୍ତି। ସେ କହିଛନ୍ତି ଯେ, “ମୁଁ ରେକର୍ଡିଂ କରିବା ପୂର୍ବରୁ ‘ଜେଲର’ର ଫାଇନାଲ କଟ୍ ଦେଖିଥିଲି। ଏହା ପରେ ଫିଲ୍ମଟି ମଧ୍ୟମ ବୋଲି ମୁଁ ଅନୁଭବ କଲି। କିନ୍ତୁ ଅନିରୁଧଙ୍କ ପ୍ରଚ୍ଛଦ ସଙ୍ଗୀତ ଫିଲ୍ମକୁ ସୁପରହିଟ କରିଥିଲା।

ତେବେ କିଛି ଦିନ ପୂର୍ବରୁ ଜେଲର ସୁପରହିଟ୍ ହେବା ପରେ ସନ୍ ପିକ୍ଚର୍ସର ନିର୍ମାତା କାଲାନିଥୀ ମାରନ୍ ରଜନୀକାନ୍ତଙ୍କୁ ଭେଟି ଅଭିନେତାଙ୍କୁ ୧୦୦କୋଟି ଟଙ୍କାର ଚେକ୍ ଦେଇଥିଲେ। ଏହା ସହ ଫିଲ୍ମରେ କାମ କରିଥିବା ୩୦୦ରୁ ଅଧିକ କ୍ରୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କାଲାନିଥୀ ମାରାନ୍ ସୁନା କଏନ ଦେଇଥିବା କୁହାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button