ମନୋରଞ୍ଜନ

ବରିଷ୍ଠ ସିନେ ନିର୍ମାତା ମୁକେଶ ଉଦେଶୀଙ୍କ ପରଲୋକ – bajravana

[ad_1]

ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ ଦୁନିଆରୁ କ୍ରମାଗତ ଭାବେ ଦୁଃଖଦ ଖବରମାନ ସାମ୍ନାକୁ ଆସୁଛି। ଇତିମଧ୍ୟରେ କେତେଜଣ କଳାକାର, ନିର୍ମାତାଙ୍କ ପରଲୋକ ହୋଇଥିବା ଖବର ମିଳିଥିବା ବେଳେ ଆଉ ଜଣେ ବରିଷ୍ଠ ସିନେ ନିର୍ମାତା ପରପାରିକୁ ଚାଲିଯାଇଥିବାର ଦୁଃଖଦ ଖବର ମିଳିଛି। ‘ଗୋ ଗୋଆ ଗୋନ’,‘ଦ ଭିଲେନ’ର ବରିଷ୍ଠ ନିର୍ମାତା ମୁକେଶ ଉଦେଶୀ ଦୁନିଆକୁ ଅଲବିଦା କହିଛନ୍ତି।

ମୁକେଶଙ୍କ ପାଖରେ ସିନେମା ନିର୍ମାଣ ଓ ବିଦେଶରେ ସିନେମା ନିର୍ମାଣ କରିବାର ୩୭ବର୍ଷର ଅଭିଜ୍ଞତା ରହିଥିଲା। ସେ ତାଙ୍କ ଜୀବନକାଳ ମଧ୍ୟରେ ବଲିଉଡର ଅନେକ ସିନେମାର ପ୍ରଯୋଜନା ମଧ୍ୟ କରିଛନ୍ତି। ମୁକେଶଙ୍କ ନିର୍ମିତ ‘ଗୋ ଗୋଆ ଗୋନ’ ଓ ‘ଦ ଭିଲେନ’ ବକ୍ସ ଅଫିସରେ ବିଶେଷ ଭାବେ ପସରା ମେଲାଇ ପାରି ନଥିଲା। କିନ୍ତୁ ଦର୍ଶକ ଏହି ସିନେମାକୁ ଆଜି ଯାଏଁ ମନେ ରଖିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ସିନେ ନିର୍ମାତା ମୁକେଶ ଉଦେଶୀ ଗତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଛୋଟବଡ଼ କଳାକାର ମୁକେଶଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏଥିସହିତ ପ୍ରଶଂସକମାନେ ମଧ୍ୟ ମୁକେଶଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ଏହିପରି ମୁକେଶଙ୍କ ବିୟୋଗ ସମସ୍ତଙ୍କୁ ଦୁଃଖ ଦେଇଛି। ତାଙ୍କର ଏଭଳି ହଠାତ ମୃତ୍ୟୁକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୁକେଶଙ୍କ ଅନ୍ତିମ ସଂସ୍କାର ବିଷୟରେ କିଛି ସୂଚନା ମିଳି ପାରି ନଥିଲା। ମୁକେଶଙ୍କ ପରିବାରଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button