ମନୋରଞ୍ଜନ

‘ପୁଷ୍ପା: ଦି ରୁଲ’ର ରିଲିଜ୍ ତାରିଖ ଘୋଷଣା କଲେ ନିର୍ମାତା, ଗତ ବର୍ଷ ଏହି ତାରିଖରେ ହେବ ରିଲିଜ୍ – bajravana

[ad_1]

ମୁମ୍ବାଇ: ଶେଷ ହେଲା ବହୁ ଦିନର ଅପେକ୍ଷା। ‘ପୁଷ୍ପା: ଦ ରାଇଜ୍’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ଆଜି ସେ ଅପେକ୍ଷାର ଅନ୍ତ ଘଟିଛି। ଆଜି ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ମୈଥରିଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛି। ରିଲିଜ୍ ତାରିଖ ସହ ସେୟାର କରାଯାଇଥିବା ଫଟେ‌ାରେ ଅଭିନେତାଙ୍କ ହାତ ଆଙ୍ଗୁଠି ଦେଖିବାକୁ ମିଳିଛି।

ଏହି ପୋଷ୍ଟରେ ‘ପୁଷ୍ପା: ଦି ରୁଲ’ ଅଗଷ୍ଟ ୧୫,୨୦୨୪ରେ ରିଲିଜ୍ ହେବ ବୋଲି ଲେଖାଯାଇଛି। ନିର୍ମାତା ରିଲିଜ୍ ତାରିଖ ଘୋଷଣା କରିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଏହା ପୂର୍ବରୁ ଫିଲ୍ମର ଟିଜର ଓ ଫିଲ୍ମରେ ଥିବା ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଟିସିରିଜର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେଉ ହେଉ ଏହା ଭାଇରାଲ ହୋଇଥିଲା। ଏହି ଫିଲ୍ମରେ ପୁଷ୍ପା ଓରଫ ଅଲ୍ଲୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇଥିଲେ ଦର୍ଶକ।

ରିଲିଜ୍ କରାଯାଇଥିବା ଟିଜରରେ ପୁଷ୍ପା ମରିଯାଇଥିବା କୁହାଯାଉଥିବା ବେଳେ ଶେଷରେ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରୁ ଜଣାପଡ଼ୁଛି ଯେ ପୁଷ୍ପା ଏବେ ବି ଜୀବିତ ଅଛି। ଏହା ଶୁଣି ଲୋକେ ଖୁସି ହେଉଥିବା ଟିଜରରେ ଦେଖାଯାଇଥିଲା। ଟିଜରକୁ ଦେଖିଲେ ପୁଷ୍ପା-୨, ପ୍ରଥମ ଭାଗ ଭଳି ସଫଳ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button