ଦେଶ ବିଦେଶ

୨ଦିନ ପରେ ଦିଲ୍ଲୀରୁ ବାହାରିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ – bajravana

[ad_1]

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ୨ଦିନ ପର୍ଯ୍ୟନ୍ତ ଫସି ରହିବା ଯୋଗୁ ଆଜି ଦିଲ୍ଲୀ ଛାଡ଼ିଛନ୍ତି । ବିମାନକୁ ଉଡ଼ାଣ ଭରିବା ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବିମାନରେ ଦେଖା ଦେଇଥିବା ଯାନ୍ତ୍ରିକ ତ୍ରୁଟିକୁ ଏଡ଼ାଇ ଦିଆଯାଇଛି । ଟ୍ରୁଡୋ ଏବଂ ତାଙ୍କ ପ୍ରତିନିଧୀ ମଣ୍ଡଳକୁ ଜି-୨୦ ସମ୍ମିଳନୀ ସମାପ୍ତ ହେବା ପରେ ଦିଲ୍ଲୀରୁ ଯିବାର ଥିଲା କିନ୍ତୁ ବିମାନ ଖରାପ ଯୋଗୁ ଫସି ଯାଇଥିଲେ ।

ଭାରତର ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୮ରେ ଦିଲ୍ଲୀ ଆସିଥିଲେ । ଏହି ସମୟରେ ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାନାଡ଼ା ଓ ଭାରତର ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button