ଓଡିଶା

ନବୀନଙ୍କ ଦସ୍ତଖତ ଅସଲି ନା ନକଲି? ଚିଠିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ – bajravana

[ad_1]

ଭୁବନେଶ୍ୱର: ସତରେ ନବୀନ ଦସ୍ତଖତ କରିଛନ୍ତି ନା ଆଉ କିଏ କରିଛନ୍ତି | ଏହାକୁ ନେଇ ସନ୍ଦେହ ଅଛି | ବିଜେଡି ଉପ-ସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ | ସଭାପତି ଭାବରେ ନବୀନ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଛାଧିନ ବ୍ୟାପାର | ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ | ତେବେ ଏହି ପଦ ହରାଇଲି ବୋଲି କିଛି ହରାଇଲି ବୋଲି ମୋତେ ଲାଗୁନାହିଁ | କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ | ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ |

ଉପସଭାପତି ପଦ କେବଳ ଆଳଙ୍କରିକ ଥିଲା | ତେବେ ଯେଉଁ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦସ୍ତଖତ ରହିଛି ତାହା ଅସଲି ନା ନକଲି ମୋର ସନ୍ଦେହ ହେଉଛି | କାରଣ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦୁଇ ମିନିଟର ସମୟ ମାଗିଥିଲି | ସେ ସମୟ ତ ମିଳିନାହିଁ. ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି | ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ | ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସେ କହିଛନ୍ତି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button