ଖେଳ ଖବର

ଏସିଆ କପ୍ : ବର୍ଷା ଯୋଗୁଁ ଭାରତ-ପାକ୍ ମ୍ୟାଚ ସ୍ଥଗିତ, ସୋମବାର ୧୪୭/୨ରୁ ଆଗକୁ ଖେଳିବ ଭାରତ – bajravana

[ad_1]

କଲମ୍ବୋ : ପୁଣି ଥରେ ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ । ଏସିଆ କପ ଅଧିନରେ ଗତ ୨ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷାଯୋଗୁଁ ବାତିଲ ହେବା ପରେ କ୍ରିକେଟପ୍ରେମୀ ଆଜିର ମ୍ୟାଚକୁ ଅପେକ୍ଷା କରିରହିଥିଲେ । କିନ୍ତୁ ଆଜି ମଧ୍ୟ ବର୍ଷା ଖଳନାୟକ ସାଜିଛି । ଆଜିର ମ୍ୟାଚରେ ଭାରତର ସ୍କୋର ୨୪.୧ ଓଭରରେ ୨ ଓ୍ବିକେଟ ହରାଇ ୧୪୭ରନ ଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଛାଡ଼ିବା ପରେ ପୁଣି ମ୍ୟାଚ କରାଯିବାକୁ ପ୍ରସ୍ତୁତି ଚାଲିଥିବାବେଳେ ପୁଣି ଥରେ ବର୍ଷା ହୋଇଥିଲା । ଫଳରେ ମ୍ୟାଚକୁ ଆଜି ପାଇଁ ବାତିଲ କରାଯିବା ସହ ସୋମବାର ରିଜର୍ଭ ଡେ (ସଂରକ୍ଷିତ ଦିବସ)କୁ ସକ୍ରିୟ କରାଯାଇଥିଲା । ସୋମବାର ପୁଣି ମ୍ୟାଚ ଖେଳାଯିବ ଓ ଭାରତ ୨୪.୧ ଓଭରରେ ୧୪୭/୨ରୁ ଆଗକୁ ଖେଳିବା ଆରମ୍ଭ କରିବ ।

ଆଜିର ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗତ ମ୍ୟାଚ ପରି ଏହି ମ୍ୟାଚରେ ବି ଭାରତୀୟ ବ୍ୟାଟରଙ୍କୁ ଆଉଟ କରି ମ୍ୟାଚ ହାତେଇବା ଲକ୍ଷ୍ୟରେ ଥିଲେ ପାକ ବୋଲର । କିନ୍ତୁ ଭାରତର ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଶତର୍କତାର ସହ ଖେଳି ଭାରତକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଉଭୟ ଅର୍ଦ୍ଧଶତକମାରି ଆଉଟ ହୋଇଥିଲେ । ବର୍ଷାଯୋଗୁଁ ମ୍ୟାଚ ଅଟକିବା ବେଳକୁ କ୍ରିଜରେ ବିରାଟ କୋହଲି ଓ କେଏଲ ରାହୁଲ ଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button