ଖେଳ ଖବର

ଜୀବନର ଅବଶୋଷ କହିଲେ ମୁଁ କହିବି ‘ମୋତେ କ୍ରିକେଟର ହେବାର ନଥିଲା’ – bajravana

[ad_1]

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପ୍ରାୟତଃ  ଦେଉଥିବା ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି। ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋତେ କ୍ରିକେଟର ହେବାର ନଥିଲା।’

ନିଜର କ୍ରିକେଟ ଜୀବନ ମଧ୍ୟରେ ଗମ୍ଭୀର ଭାରତ ପାଇଁ ଅନେକ ସଫଳ ମ୍ୟାଚ ଖେଳିଛନ୍ତି। ୨୦୦୭ରେ ଟି ୨୦ବିଶ୍ବକପ ଓ ୨୦୧୧ରେ ଦିନିକିଆ ବିଶ୍ବକପର ଫାଇନାଲରେ ଗମ୍ଭୀରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

ପୂର୍ବତନ କ୍ରିକେଟର ରହିବା ସହିତ ଗୌତମ ଗମ୍ଭୀର ସାଂସଦ ମଧ୍ୟ। ନିକଟରେ ‘ବଡ଼ା ଭାରତ ଟକ ସୋ’ରେ ଗମ୍ଭୀରଙ୍କୁ ପଚରାଯାଇଥିଲା କି ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅବଶୋଷ କ’ଣ ରହିଛି?

ଏହାର ଉତ୍ତର ଦେଇ ଗମ୍ଭୀର ପଦିଏ କଥ‌ା କହିଥିଲେ, ‘ମୋତେ କ୍ରିକେଟର ହେବାର ନଥିଲା’। ତେବେ ଏଭଳି ବୟାନ ଗମ୍ଭୀର କାହିଁକି ଦେଇଥିଲେ ସେକଥାକୁ କ୍ରିକେଟର ସ୍ପଷ୍ଟ କରି ନଥିଲେ।

ନିକଟରେ ବି ଗମ୍ଭୀରଙ୍କ ଏକ ବୟାନ ଭାଇରାଲ ହୋଇଥିଲା। ଗତଶନିବାର ଏସିଆ କପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ଓ ପାକିସ୍ତାନକୁ ଖେଳୁଥିବା ଦେଖିବାକୁ ମିଳିଥଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୬୬ ରନ ସଂଗ୍ରହ କରିଥିଲା । ୨୬୭ ରନର ଟାର୍ଗେଟ ରହିଥିବାବେଳେ ବର୍ଷା କାରଣରୁ ପାକିସ୍ତାନ ଗୋଟିଏ ବି ବଲ ଖେଳିପାରିଲାନାହିଁ । ସେପଟ ଖେଳ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବନ୍ଧୁତାର କିଛି ଦୃଶ୍ୟ ନଜରକୁ ଆସିଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଭିଡିଓକୁ ଦେଖିବା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କହିଥିଲେ, ‘ଯେତେବେଳେ ଆପଣ ପଡ଼ିଆରେ ଜାତୀୟ ଦଳ ପାଇଁ ଖେଳନ୍ତି, ସେତେବେଳେ ଆପଣ ବନ୍ଧୁତାକୁ ଭୁଲିଯିବା ଉଚିତ ହେବ। ବନ୍ଧୁତା ବାଉଣ୍ଡୁରୀ ବାହାରେ ରହିବା ଦରକାର।  ମ୍ୟାଚ୍ ପରେ ଆପଣ ବନ୍ଧୁ ହୋଇପାରିବେ ଏଥିରେ କିଛି ଅସୁବିଧା ନାହିଁ। ଖେଳ ସମୟ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। କାରଣ ଆପଣ କୋଟି କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button