ମନୋରଞ୍ଜନ

୮୩ବର୍ଷ ବୟସରେ ବାପା ହେବା ପରେ ଚତୁର୍ଥ ସ୍ତ୍ରୀଙ୍କୁ ଛାଡ଼ିଦେଲେ ନୁର ଆଲଫାଲ୍ଲା – bajravana

[ad_1]

 ନୂଆଦିଲ୍ଲୀ: ହଲିଉଡ ଅଭିନେତା ଅଲ ପାସିନୋ ୮୩ବର୍ଷ ବୟସରେ ବିବାହ ନକରି ବାପା ହୋଇଥିବା ଘଟଣା ଚର୍ଚ୍ଚାରେ ରହିଥିଲା।

ନିକଟରେ ଅଲ ପାସିନୋଙ୍କ ୨୯ ବର୍ଷୀୟ ପ୍ରେମିକା ନୁର ଆଲଫାଲ୍ଲା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଯାହାର ନାମ ସେ ରଖିଥିଲେ ରୋମନ ଆଲଫାଲ୍ଲା ପାସିନୋ । ଚତୁର୍ଥଥର ବାପା ହେବା ସହିତ ଶିଶୁପୁତ୍ରର ଜନକ ହେବାପରେ ଅଲ ଖୁବ ଖୁସି ହୋଇଯାଇଥିଲେ। ଏହି କ୍ରମ‌ରେ ଅଲ ଓ ନୁରଙ୍କୁ ନେଇ ଏକ ନିରାଶଜନକ ଖବର ସାମ୍ନାକୁ ଆସିଛି।

ରୋମନ ଆଲଫାଲ୍ଲା ପାସିନୋ ଜନ୍ମହେବାର ତିନିମାସ ପରେ ହଲିଉଡ ଅଭିନେତା ଅଲ ପାସିନୋ ଓ ତାଙ୍କ ପ୍ରେମିକା ନୁର ଆଲଫାଲ୍ଲା ଅଲଗା ହୋଇଯାଇଛନ୍ତି। ଅଲଗା ହେବାପରେ ନୁର ଆଇନର ସାହାରା ନେଇ ସନ୍ତାନ ପାଇଁ ସମସ୍ତ ଭରଣପୋଷଣ ଅଲଙ୍କୁ ଦାବି କରିଛନ୍ତି।

କଥିତ ଭାବେ ନୁର ଅଦାଲତରେ କହିଥିଲେ କି, ମୁଁ ସ୍ବଇଚ୍ଛାରେ ଅଲଙ୍କୁ ଅନୁମତି ଦେବି କି ସେ ଶିଶୁର ଶିକ୍ଷା, ଧର୍ମ, ଚିକିତ୍ସା ଖର୍ଚ୍ଚ ଇତ୍ୟାଦି ଉପରେ ନିଜର ମତାମତ ଦେଇପାରିବେ। ନୁର ଏକ ଦସ୍ତାବିଜ ଜମା କରିଛନ୍ତି। ‌ଯେଉଁଥିରେ ପୁଅ ଜନ୍ମର ଛିଅଦିନ ପରେ ଅଲ ଓ ନୁର ସେଥିରେ ଦସ୍ତଖତ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି କି,  ପିଲାର ବାପା ଅଲ ପାସିନୋ । ଏଥିସହିତ ନୁର ଅନୁରୋଧ କରିଛନ୍ତି କି ତାଙ୍କ ଓକିଲ ଖର୍ଚ୍ଚ ଓ ଏହି ଘଟଣାର ସହିତ ଜଡ଼ିତ ଅନ୍ୟ ଖର୍ଚ୍ଚ ବି ଅଲ ପୈଠ କରିବେ। କିନ୍ତୁ ସେଥିରେ ପିଲା ପାଇଁ କେତେ ଟଙ୍କା ସହାୟତା ରାଶି ଆବଶ୍ୟକ ତାହା ଉଲ୍ଲେଖ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button