ମନୋରଞ୍ଜନ

ପୋଷ୍ଟ ସେୟାର କରି ଊର୍ଫି କହିଲେ,‘ ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ରଦ୍ଦ ହୋଇଯାଇଛି’ – bajravana

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଊର୍ଫି ଜାଭେଦ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଯେତିକି ଚର୍ଚ୍ଚାରେ ସେତିକି ବିବାଦରେ ଥାଆନ୍ତି।

ଖବର ମିଳିଛି କି ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରଦ୍ଦ କରି ଦିଆଯାଇଛି। ଏସୂଚନାକୁ ଊର୍ଫି ନିଜେ ପୋଷ୍ଟ ସେୟାର କରି ଦେଇଛନ୍ତି। ଆଉ କହିଛନ୍ତି, ‘ଇନଷ୍ଟାଗ୍ରାମ ପକ୍ଷରୁ ମୋତେ ୧୮୦ଦିନର ସସପେନସନ ନୋଟିସ ମିଳିଛି। ଯାହାଫଳରେ କି ମୁଁ ସେତିକି ଦିନ ପର୍ଯ୍ୟନ୍ତ ଆଉ କୌଣସି ପୋଷ୍ଟ ସେୟାର କରି ପାରିବି ନାହିଁ।’

ଏଥିରେ ସମ୍ପୂର୍ଣ୍ଣ ଗାଇଡଲାଇନ ଉଲ୍ଲେଖ ରହିଛି। ଯାହାର ଏକ ସ୍କ୍ରିନ ସଟ ଊର୍ଫି ସେୟାର କରିଛନ୍ତି। ଏହା ଆଧାରରେ ତାଙ୍କୁ ୧୮୦ଦିନର ଟାଇମ ଦିଆଯାଇଛି। ତେବେ ଏହି ପଦକ୍ଷେପ କାହିଁକି ଓ କେଉଁ ପୋଷ୍ଟ କାରଣରୁ ନିଆଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। କିନ୍ତୁ ଊର୍ଫି ନିଜ ଆକାଉଣ୍ଟକୁ ଏଣିକି ଆଉ ବ୍ୟବହାର କରି ପାରିବେ ନାହିଁ।

କିଛିଦିନ ତଳେ ଖବର ମିଳିଥିଲା କି ଊର୍ଫି ଛୋଟ ପୋଷାକ ପିନ୍ଧିଥିବାରୁ ପୁଲିସ ତାଙ୍କୁ ଥାନାକୁ ନେଇ ଯାଇଥିଲା। ଊର୍ଫି ବାନ୍ଦ୍ରା ପୁଲିସ ‌ଷ୍ଟେସନରେ ଥିବା କଥା ସତ କିନ୍ତୁ ଛୋଟ ପୋଷାକ ପିନ୍ଧିଥିବା ହେତୁ ପୁଲିସ ତାଙ୍କୁ ବାନ୍ଧି ନେଇଥିଲା ଏକଥା ସ୍ପଷ୍ଟ ହୋଇ ନଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button