ମନୋରଞ୍ଜନ
ଫିଲ୍ମ ସୁଟିଂ ବେଳେ ଶ୍ରୀତମ ଆହତ; ହାତ ଭାଙ୍ଗିଗଲା – bajravana
[ad_1]
କଟକ: ବାଙ୍କୀରେ ଆଜି ‘ନବ କଳେବର’ ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ। ସୂଚନା ଅନୁଯାୟୀ ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଗତକାଲି ତାଙ୍କ ହାତର ପ୍ଲାଷ୍ଟର ହୋଇଥିବା ବେଳେ ଆଜି ହୁଏତ ହାତରେ ଅସ୍ତ୍ରୋପଚାର ହୋଇପାରେ। ତାଙ୍କ ଶରୀରର ଅନ୍ୟ ଅଙ୍ଗରେ ଆଘାତ ଲାଗି ଥିଲେ ବି ସେ ବିପଦମୁକ୍ତ ଥିବା କୁହାଯାଉଛି। ଶ୍ରୀତମଙ୍କ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
[ad_2]