ମନୋରଞ୍ଜନ

ବିବାହ ପରେ ଏହି ଦିନ ଭୋଜି ଦେବେ ରାଘବ-ପରିଣୀତି, ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ, ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ।

Parineeti Chopra Raghav Chadha wedding Card viral on social media know date and venue Parineeti-Raghav Wedding: परिणीति चोपड़ा और राघव चड्ढा की शादी का कार्ड हुआ वायरल! इस दिन होगा वेडिंग रिसेप्शन

ତେବେ ବିବାହ ଶେଷ ହେବା ପରେ ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ରେ ବିବାହ ଭୋଜି ଦେବେ ବୋଲି କୁହାଯାଉଛି। ଏବେ ଏକ ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି, ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।

ତେବେ ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ଲୀଲା ପ୍ୟାଲେସ୍ ଏବଂ ଉଦୟବିଲାସ୍ ହୋଟେଲ ବୁକ୍ କରାଯାଇଛି। ଉଭୟ ଷ୍ଟାର ହୋଟେଲରେ ଏବେ ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହି ବିବାହରେ ରାଜନୀତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ସେଲିବ୍ରିଟି ଯୋଗ ଦେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button