ଓଡିଶା

 ହିମାଳୟପର୍ବତମାଳାର କିନ୍ନୌର କୈଲାସ ପର୍ବତାରୋୀ ରଘୁନାଥ ଓ ମୁରଲୀକୁ ଭବ୍ୟ ସମ୍ବର୍ଦ୍ଧନା – bajravana

[ad_1]

ଜୟପୁର: ଗତ ୨୮ତାରିଖ ଦିନ ହିମାଚଳ ପ୍ରଦେଶର ହିମାଳୟ ପର୍ବତମାଳାରେ ଥିବା ପଂଚ କେଦାର ମଧ୍ୟରେ ଥିବା ପ୍ରସିଦ୍ଧ କି‌ନ୍ନୌର କୈଳାସ ପର୍ବତ ଚଢ଼ି ସେଠାରେ ଥିବା ଶିବଙ୍କ ଦର୍ଶନ ସହ ନୂଅ ରେକର୍ଡ ସୃଷ୍ଟି କରି ଫେରିଛନ୍ତି ଜୟପୁର ଡଙ୍ଗରିଆ ଗ୍ରୁପ ସଦସ୍ୟ ରଘୁନାଥ ସ୍ବାଇଁ ଓ ମାନସ ସାହୁ। ଶିମଳା ଠାରୁ ୨୬୦ କିଲୋମିଟର ଦୂରରେ ଥିବା ରେକୋଙ୍ଗ ପେଓ ଦେଇ କଳପା ନିକଟରେ ଥିବା ହିମାଳୟ ପର୍ବତଶ୍ରେଣୀରେ କୈଳାଶ ବରପ ଶୃଙ୍ଗ ମଧ୍ୟରେ ଏହା ୪ର୍ଥ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଥର ଲାଗି ଏହି ଦୁଇ ଜଣ ସେଠାକୁ ଯାଇଥିବା ବେଳେ ସର୍ବଭାରତସ୍ତରରେ ହଜାର ଜଣଙ୍କୁ ମଧ୍ୟରୁ ଏହି ଦୁଇ ଜଣ। ଆଜି ଉଭୟ ଜୟପୁର ପହଚିଂବା ପରେ ଡଙ୍ଗରିଆ ଗ୍ରୁପ ଓ ମର୍ଣ୍ଣିଂ ୱାର୍କ କ୍ଲବର ସଦସ୍ୟମାନେ ଉଭୟଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ପ୍ଲାକାର୍ଡ ଆଦିରେ ସ୍ବାଗତମ୍ ଓ ଗର୍ବ ଅନୁଭବ କରୁଛୁ ବୋଲି ଲେଖାଯାଇଥିଲା। ରଂଜନ ହିମାଳୟ ପର୍ବତମାଳାର କି‌ନ୍ନୌର କୈଳାସ ଓ ମଣି ମାନସରୋବର ଦୁଇଟି ଓ ମୁରଲୀ ଗୋଟିଏ ଚଢ଼ି ନୂଆ ରେକର୍ଡ ସୃଷ୍ଟି କରିଥିବା କହିଛନ୍ତି ଡଙ୍ଗରିଆ ଗୃପର ମୁଖ୍ୟ ସଂଯୋଜକ ରାଜେଶ ପାଣିଗ୍ରାହୀ।

ସୂଚନା ଅନୁଯାୟୀ, ଗତ ୨୪ତାରିଖ ଦିନ ଜୟପୁରରୁ ଡଙ୍ଗରିଆ ଗ୍ରୁପ ସଦସ୍ୟ ରଂଜନ ସ୍ବାଇଁ ଓ ମାନସ ସାହୁଙ୍କୁ ନେଇ ହିମାଚଳ ପ୍ରଦେଶର ହିମାଳୟ ପର୍ବତଶ୍ରେଣୀ ମାଳରେ ଥିବା ପଂଚ କେଦାର ମଧ୍ୟରେ ଥିବା ପ୍ରସିଦ୍ଧ କି‌ନ୍ନୌର କୈଳାସ କି‌ନ୍ନୌର ପାହାଡ଼ ଚଢ଼ିବା ପାଇଁ ବାହାରିଥିଲେ। ବିଶ୍ବ ପ୍ରସିଦ୍ଧ ପଂଚ କେଦାର ଅର୍ନ୍ତଗତ ହିମାଳୟ ପର୍ବତମାଳା ମଧ୍ୟରେ ତିବତରେ ମାନସରୋବର ଓ ଉତ୍ତରାଖଣ୍ଡରେ ଆଦି କୈଳାସ ରହିଛି। ସେହିଭଳି ହିମାଚଳ ପ୍ରଦେଶରେ ହିମାଳୟ ପର୍ବତମାଳାର ୩ଟି  ଶ୍ରୀଖଣ୍ଡ ମହାଦେବ, କି‌ନ୍ନୌର କୈଳାସ ଓ ମଣି ମାନସରୋବର ରହିଛି।

ଶିମଳା ଠାରୁ ୨୬୦ କିଲୋମିଟର ଦୁରରେ ଥିବା ରେକୋଙ୍ଗ ପେଓ ଦେଇ କଳପା ସାଙ୍ଗଲା ବେସକ୍ୟାମ୍ପ ସମୁଦ୍ରପତ୍ତନ ଠାରୁ ୧୮୦୦୦ଫୁଟ ଉପରକୁ ଯାଇ କି‌ନ୍ନୌର କୈଳାସଙ୍କ ଦର୍ଶନ କରିବାକୁ ପଡ଼ିଥାଏ। ବିପଦସଂକୁଳ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଶିମଳାରୁ କଳପା ଗାଁରେ ଥିବା ସାଙ୍ଗଲା ବେସ କ୍ୟାମ୍ପରେ ପହଚିଂବା ପରେ ୧୪କି‌ଲୋମିଟର  ପର୍ବତାରୋହଣ କରିବା ପରେ ଗଣେଶ ଟପରେ  ଉଭୟ ବିଶ୍ରାମ କରିଥିବା କହିଛନ୍ତି ରଂଜନ। ସେଠାରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏମାନଙ୍କୁ ଖାଦ୍ୟ ଯୋଗାଇଥିଲେ। ଏହା ପରେ ରାତି ଦୁଇଟା ବେଳେ ପୁଣି ବାହାରି ୬କିଲୋ ମିଟର ପର୍ବତାରୋହଣ କରିବା ପରେ  ସକାଳୁ କି‌ନ୍ନୌର କୈଳାସଙ୍କ ଦର୍ଶନ କରିବା ପରେ ପୁଣି ତୁରନ୍ତ ୬କିଲୋମିଟର ତଳକୁ ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି ରଂଜନ। ଭୁସ୍କଲନ ଯୋଗୁଁ ରାସ୍ତା ଠିକରେ ନଥିବା ବେଳେ ବହୁ କଷ୍ଠରେ ସେମାନେ ଯିବା ଓ ଅସିବା କରିଛନ୍ତି। ସେଠାକୁ ଯାଇ ତୁରନ୍ତ ଫେରିବାକୁ ପଡ଼ିଥାଏ ବୋଲି କହିଛନ୍ତି ରଂଜନ। ନଚେତ ଧିରେ ଧିରେ ଥଣ୍ଡା ବଢ଼ିବା ସହ ବିଯୁକ୍ତ ତାପମାତ୍ରରେ ବହୁ ଲୋକଙ୍କର ମୃତ୍ୟୁ ହେବା ଖବର ବି ସେ ଶୁଣିଥିଲେ। ତେବେ ସେ ଏହାକୁ ଖାତି ନ କରି ଯାଇ ଫେରିଥିବା କହିଛନ୍ତି ରଂଜନ। ୧୫ଦିନରେ କେବଳ ୨୫୦୦ଲୋକ ହିଁ ଦର୍ଶନ କରିବାକୁ ଯାଉଥିବା ବେଳେ ସେଥିରୁ ହିମାଚଳ ପ୍ରଦେଶର କିନ୍ନୈର ଜିଲ୍ଲାର ୧୫୦୦ଶ୍ରଦ୍ଧାଳୁ ଭକ୍ତ ରହିଥିବା ବେଳେ ବଳକା ଏକ ହଜାର ସମଗ୍ର ଭାରତବର୍ଷର ବୋଲି କହିଛନ୍ତି ରଂଜନ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button