ମନୋରଞ୍ଜନ

ଫିଲ୍ମର ଆୟରେ ଖୁସି ହୋଇ ୧୦୦ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେବେ ବିଜୟ ! – bajravana

[ad_1]

ନୂଆଦିଲ୍ଲୀ: ନିକଟରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖୁସି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି ଏବଂ ଫିଲ୍ମର ରୋଜଗାରକୁ ନେଇ ବିଜୟ ବହୁତ ଖୁସି ଥିବା କୁହାଯାଉଛି। ବର୍ତ୍ତମାନ ସେ ନିଜ ଖୁସିକୁ ଜାହିର କରିବା ପାଇଁ ତାଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ସେ ତାଙ୍କ ପାରିଶ୍ରମିକରୁ ତାଙ୍କ ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ବିଜୟ ଦେବରକୋଣ୍ଡାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ବିଶାଖାପାଟନମରେ ଆୟୋଜିତ ହୋଇଥିବା ‘ଖୁସି’ର ଏକ ପ୍ରଚାର କାର୍ଯ୍ୟକ୍ରମର ଅଟେ। ଭିଡିଓରେ ଦେଖାଯାଇଛି ‌ଯେ, ଅଭିନେତା ମଞ୍ଚରେ ଫିଲ୍ମ ‘ଖୁସି’ର ସଫଳତାକୁ ପାଳନ କରିବା ପାଇଁ ତାଙ୍କ ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦାନ କରିବେ ବୋଲି କହୁଛନ୍ତି।

ବିଜୟ ଦେବରକୋଣ୍ଡା କହିଛନ୍ତି ଯେ ସେ ଅନଲାଇନ୍ ଫର୍ମ ମାଧ୍ୟମରେ ୧୦୦ପରିବାର ଚୟନ କରିବେ ଏବଂ ପ୍ରତ୍ୟେକ ପରିବାରକୁ ୧ଲକ୍ଷ ଟଙ୍କା ଦେବେ। ଭାଇରାଲ୍ ଭିଡିଓରେ ବିଜୟ କହୁଛନ୍ତି ଯେ, ‘ଆପଣ ଖୁସି, ତେଣୁ ମୁଁ ମଧ୍ୟ ଖୁସି। ଏହି ଖୁସିକୁ ପାଳନ କରିବାକୁ, ମୁଁ କିଛି କରିବାକୁ ଯୋଜନା କରୁଛି ଏବଂ ଏହା ଠିକ୍ କି ଭୁଲ୍ ମୁଁ ଜାଣେ ନାହିଁ। ଯଦି ମୁଁ ଏହା କରିବି ନାହିଁ, ତେବେ ମୁଁ ଶୋଇ ପାରିବି ନାହିଁ। ମୁଁ ମୋ ରୋଜଗାରରୁ ୧କୋଟି ଟଙ୍କା ଖୁସିରେ ଦେବାକୁ ଚାହେ। ‘ସ୍ପ୍ରେଡିଙ୍ଗ ଖୁସି’ କିମ୍ବା ‘ଦେବରା ଫ୍ୟାମିଲ’ କ୍ୟାପସନ୍ ଦେଇ ମୁଁ ସୋସିଆଲ ମିଡିଆରେ ଏକ ଫର୍ମ ଦେବି। ଯଦି କାହାକୁ ଭଡା ଏବଂ ସ୍କୁଲ ଫି ଦେବାକୁ ସମସ୍ୟା ହେଉଛି, ସେମାନେ ୧ଲକ୍ଷ ଟଙ୍କା ପାଇଁ ଆବେଦନ କରିପାରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button