ମନୋରଞ୍ଜନ

ବାପା ହେବେ ବରୁଣ ଧୱନ, ଫଟୋ ସେୟାର କରି କଲେ ଘୋଷଣା – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭିଡି ୧୮’କୁ ନେଇ ଏବେ  ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ତାଙ୍କ ଚଳଚ୍ଚିତ୍ରର ଟାଇଟଲ୍ ଏବଂ ପ୍ରଥମ ଲୁକ୍ ପ୍ରକାଶ କରି ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍ କରିଥିଲେ। ବରୁଣ ଧୱନଙ୍କ ଏହି ଫିଲ୍ମ ମେ ୩୧, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ସମୟରେ ଅଭିନେତା ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି।

ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ଘୋଷଣା କରିଛନ୍ତି ବରୁଣ। ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲଙ୍କ ସହ ବରୁଣ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପତ୍ନୀଙ୍କ ବେ‌ବି ବମ୍ପକୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ଆମେ ଗର୍ଭବତୀ ଅଛୁ। ଆପଣ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ଦରକାର।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ଅଲିବାଗ୍‌ରେ ଜାନୁଆରି ୨୦୨୧ରେ ଫ୍ୟାସନ୍‌ ଡିଜାଇନର୍‌ ନତାଶା ଦଲାଲଙ୍କୁ ବିବାହ କରିଥିଲେ ବରୁଣ। ଅନେକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ  ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହର ୩ବର୍ଷ ପରେ ଦୁହେଁ ମାତାପିତା ହେବାକୁ ଯାଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button