ମନୋରଞ୍ଜନ

ସାମ୍ନାକୁ ଆସିଲା Mahindra Thar Roxxର ଫ୍ରଣ୍ଟ ଲୁକ୍‌, ପୁରୁଣା ଥାର ତୁଳନାରେ ରହିଛି ଭିନ୍ନ

Mahindra Thar Roxx ୧୫ ଅଗଷ୍ଟରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ମହିନ୍ଦ୍ରା ଏହାର ଅପକମିଂ ଏସୟୁଭି ପାଇଁ ନୂଆ ଟିଜର ଜାରି କରିଛି ଏବଂ ବର୍ତ୍ତମାନ Mahindra Thar Roxxର ଫ୍ରଣ୍ଟ ଲୁକ୍‌ ସାମ୍ନାକୁ ଆସିଛି । ଏହି ମଡେଲର ଏକ୍ସଟେରିୟର ଏବଂ ଇଣ୍ଟେରିୟରରେ ବହୁତ କିଛି ଚେଞ୍ଜ କରାଯାଇଛି ।

Mahindra Thar Roxxର ନୂଆ ଟିଜରରେ ଫ୍ରଣ୍ଟ-ଏଣ୍ଡ୍ ଡିଜାଇନ୍ ଦେଖାଯାଇଛି ।

ଏଥିରେ ଏକ ନୂଆ ଛଅ-ସ୍ଲଟ୍ ଗ୍ରୀଲ୍, ଏଲଇଡି ଡେ-ଟାଇମ୍‌ ରନିଂ ଲ୍ୟାମ୍ପ ଏବଂ ଗୋଲ୍‌ ଏଲଇଡି ହେଡଲ୍ୟାମ୍ପର ଏକ ନୂଆ ସେଟ୍ ଦିଆଯାଇଛି, ଯାହା ଏକ ପ୍ରୋଜେକ୍ଟର୍ ସେଟଅପ୍ ବ୍ୟବହାର କରେ । ବର୍ତ୍ତମାନ ଥାର୍ କୁ ନେଇ ଆଲୋଚନା ହେଉଛି ଯେ ଏହାର ହେଡଲ୍ୟାମ୍ପଗୁଡିକ ବହୁତ ଦୁର୍ବଳ, ଯେଉଁଥିରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ ।

ଏହାର ସାଇଡରେ ଡାଇମଣ୍ଡ କଟ୍‌ ଆଲୋଇ ହ୍ଵିଲ୍ସର ନୂଆ ସେଟ୍ ଥିବା ଦେଖବାକୁ ମିଳିବ । ଏହାର ଲୋ ଭାରିଆଣ୍ଟରେ ଷ୍ଟିଲ୍‌ ହ୍ଵିଲ୍‌ ଏବଂ ହ୍ଵିଲ୍‌ କଭର୍‌ ମିଳିବ । ପଛ ଡୋର ପାଇଁ ଡୋର୍‌ ହ୍ୟାଣ୍ଡେଲକୁ C ପିଲାର ଉପରେ ରଖାଯିବ । ପଛରେ ଥିବା ଟେଲ୍‌ ଲ୍ୟାମ୍ପର ଡିଜାଇନ୍‌ କୁ ଅପଗ୍ରେଡ୍‌ କରାଯାଇଛି ।

ନୂଆ ଥାରରେ ଏକ ନୂଆ ବଡ଼ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରହିବ । ଏହା ସହିତ ଏଥିରେ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ ସପୋର୍ଟ, ଅଟୋମେଟିକ୍‌ କ୍ଲାଇମେଟ୍‌ କ୍ଳଷ୍ଟର ଏବଂ ପାନୋରୋମିକ୍ ସନରୁଫ୍ ରହିବ । ଏଥିରେ ଏକ ନୂଆ ଡିଜିଟାଲ୍ ଇନଷ୍ଟମେଣ୍ଟ କ୍ଲଷ୍ଟର ଏବଂ ଫ୍ରଣ୍ଟ ପାର୍କିଂ କ୍ୟାମେରା ମଧ୍ୟ ରହିବ । ଏଥିରେ XUV700 ଏବଂ ସ୍କର୍ପିଓ N ପରି ଇଞ୍ଜିନ୍ ରହିଥିବା ଦେଖିବାକୁ ମିଳିବ । ଏହାର ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଗିଅର ବକ୍ସ କିମ୍ବା ୬-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍‌ ଟ୍ରାନ୍ସମିସନ୍ ସହିତ ମେଳ ହୋଇପାରେ । ଏହାର ଦାମ ବିଷୟରେ କହିବାକୁ ଗଲେ ଏହା ୧୬ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button