ମନୋରଞ୍ଜନ

କସ୍‌ମେଟିକ୍‌ ସର୍ଜରି ବେଳେ ଶରୀରରେ ହୋଇଥିଲା ବିଷାକ୍ତ ସାମଗ୍ରୀର ପ୍ରୟୋଗ, ଚାଲିଗଲା ଜୀବନ – bajravana

[ad_1]

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ସର୍ଜରି ବିଫଳ ହେବାରୁ ଜଣେ ଅଭିନେତ୍ରୀଙ୍କ ଜୀବନ ଯାଇଛି। ଆର୍ଜେଣ୍ଟିନା ଅଭିନେତ୍ରୀ ସିଲଭିନା ଲୁନାଙ୍କର ପ୍ଲାଷ୍ଟିକ୍‌ ସର୍ଜରି ଭୁଲ୍‌ ହୋଇଥିବାରୁ ମୃତ୍ୟୁ ଘଟିଛି।

ସିଲଭିନା ଲୁନା ଜଣେ ଜଣାଶୁଣା ଆର୍ଜେଣ୍ଟିନା ଅଭିନେତ୍ରୀ, ମଡେଲ ଏବଂ ଟିଭି ଉପସ୍ଥାପିକା ଥିଲେ। ସେ ଖୁବ୍ ସୁନ୍ଦର ଥିବା ସତ୍ତ୍ବେ ନିଜକୁ ଅଧିକ ସୁନ୍ଦର କରିବାକୁ ପ୍ଲାଷ୍ଟିକ୍ ସର୍ଜରି କରିବାକୁ ଚିନ୍ତା କରିଥିଲେ। ସର୍ଜରି ପରେ ଜଟିଳତା ଉପୁଜିବାକୁ ସିଲଭିନାଙ୍କର ମୃତ୍ୟୁ ହୋଇଛି।

୪୩ ବର୍ଷୀୟା ସିଲଭିନାଙ୍କର ୨୦୧୧ ମସିହାରେ କିଡନି ଫେଲ୍‌ ହୋଇଥିବା ଜଣା ପଡ଼ିଥିଲା। ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ତାଙ୍କ ଓକିଲ ଫର୍ନାଣ୍ଡୋ ବର୍ଲାଣ୍ଡୋ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ପୁଣିଥରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖିବାକୁ କହିଥିଲେ। ମାତ୍ର ତାଙ୍କ ପରିବାର ସଦସ୍ୟ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।

ଅଭିନେତ୍ରୀଙ୍କ ବିୟୋ‌ଗରେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛମାନେ ଦୁଃଖ ପ୍ରକାଶ କରିଛନ୍ତି। ବୁଏନୋସ୍ ଆଇରେସ୍ ଟାଇମ୍ସ ଅନୁଯାୟୀ, ଏତେ କମ୍ ବୟସରେ ସିଲଭିନାଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟଜନକ। ସେ ଦୀର୍ଘ ବର୍ଷ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ କିଛି ଦିନ ହେବ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। କସମେଟିକ୍ ସର୍ଜରି ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। କିଛି ବର୍ଷ ପୂର୍ବେ କରାଯାଇଥିବା କସମେଟିକ୍ ସର୍ଜରି ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button