ମନୋରଞ୍ଜନ

ପରିଣୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ଏଭଳି ଫଟୋ ପୋଷ୍ଟ କଲେ ରାଘବ – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ସ୍ୱାମୀ ରାଘବ ଚଢ଼ା ତାଙ୍କୁ ଏକ ସ୍ବତନ୍ତ୍ର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ରାଘବ ତାଙ୍କ ପତ୍ନୀଙ୍କ ସହ ଅନେକ ଫଟୋ ସେୟାର କରି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ଜନ୍ମଦିନର ଶୁଭେଚ୍ଛା ଦେବା ସହ ସେ ପରିଣୀତିଙ୍କ ସହ କିଛି ଫଟୋ ସେୟାର କରିଛନ୍ତି।

ପରିଣୀତି ଚୋପ୍ରାଙ୍କ ସହ ଫଟୋ ସେୟାର କରି ରାଘବ ଚଢ଼ା କ୍ୟାପସନରେ ଲେଖିଛନ୍ତି ଯେ, ତୁମେ ମୋ ଜୀବନକୁ ସୁପରଷ୍ଟାର ପରି ଆସି ଉଜ୍ଜ୍ୱଳ କରିଦେଇଛ। ତୁମର କେବଳ ଗୋଟିଏ ହସ ମୋର ବିଶୃଙ୍ଖଳିତ ଜୀବନକୁ ଚମତ୍କାର କରିଦିଏ। ତୁମେ ମୋ ଦୁନିଆକୁ ବହୁତ ଖୁସି ନେଇ ଆସିଛ। ଏହି ବିଶେଷ ଦିନରେ, ମୁଁ ସେହି ଶ୍ରେଷ୍ଠ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଛି, ଯିଏ ହେଉଛ ତୁମେ। ଜନ୍ମଦିନର ଶୁଭେଚ୍ଛା ପତ୍ନୀ।

ପରିଣୀତି ଚୋପ୍ରା ଅକ୍ଟୋବର ୨୨, ୧୯୮୮ରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଏବେ ଅଭିନେତ୍ରୀ ୩୫ବର୍ଷ ବୟସରେ ପାଦ ଦେଇଛନ୍ତି। ବିବାହ ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ ସହ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button