ମନୋରଞ୍ଜନ

ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଲେ ନିର୍ଦ୍ଦେଶକ – bajravana

[ad_1]

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଲେ ନିର୍ଦ୍ଦେଶକ। ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ କଲେ ଲୋକେ। ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କ ଗାଲକୁ ଚୁମ୍ବନ ଦେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ, ମନାରା ଓ ଏଏସ ରବି କୁମାର ଚୌଧୁରୀ ଆଗାମୀ ଫିଲ୍ମ ‘ତିରାଗବାଦରା ସାମି’ର ପ୍ରଚାର ପାଇଁ ଯାଇଥିବା ବେଳେ ଗଣମାଧ୍ୟମର କ୍ୟାମେରା ଆଗରେ ପୋଜ୍ ଦେଇଥିଲେ। ଏହି ସମୟ‌ରେ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ, ମନାରାଙ୍କ ପାଖକୁ ଆସି ତାଙ୍କ କାନ୍ଧରେ ହାତ ପକାଇ ଫଟୋ ଉଠାଇଥିଲେ। କିଛି ସମୟରେ ସେ ହଠାତ୍ ମନାରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ, ଯାହା ଅଭିନେତ୍ରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ହେଲେ କ୍ୟାମେରା ଆଗରେ ଥିବାରୁ ସେ ହସି ହସି ପୋଜ୍ ଦେଇଥିଲେ।

ତେବେ ମନାରାଙ୍କ ପେସାଦାର ଜୀବନକୁ ଦେଖିଲେ ‌ସେ ୨୦୧୪ରେ ତେଲୁଗୁ ଫିଲ୍ମ ‘ପ୍ରେମା ଜିମା ଜନତା ନାଇ’ ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତା’ପରେ ତାଙ୍କୁ ‘ଜିଦ୍’ (୨୦୧୪), ‘ସାନ୍ଦାମାରୁଥମ୍’ (୨୦୧୫) ଏବଂ ‘ଜାକକାନା’ (୨୦୧୯) ରେ ଦେଖିବାକୁ ମିଳିଥିଲା। ତାଙ୍କୁ ଶେଷଥର ପାଇଁ ସୀତା (୨୦୧୯) ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ସେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଫିଲ୍ମ ‘ତିରାଗବାଦରା ସାମି’ ନେଇ ଆସୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button