ମନୋରଞ୍ଜନ

ସ୍ବାମୀ ରଣବୀରଙ୍କଠାରୁ ଏତେ ଅଧିକ ଦୀପିକାଙ୍କ ସମ୍ପତ୍ତି – bajravana

[ad_1]

ମୁମ୍ବାଇ: ଭାରତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ତାଲିକାରେ ଦୀପିକା ପାଦୁକୋନ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ କାମ କରିବା ସହ ହଲିଉଡରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି। ଏଥି ସହିତ ଅଭିନେତ୍ରୀଙ୍କ ଅନେକ କାମ ଦେଶ ପାଇଁ ଗୌରବ ଆଣିଛି। ଦୀପିକା ପାଦୁକୋନ୍ ଓସ୍କାରରେ ଏକ ଭାରତୀୟ ଗୀତ ଉପସ୍ଥାପନ କରିବାକୁ ମଞ୍ଚରେ ପାଦ ଦେଇ ଇତିହାସ ରଚିଥିଲେ। ଏତେ ବଡ଼ ବଡ଼ କାମ କରି ସମ୍ମାନିତ ହୋଇଥିବା ଦୀପିକା କେତେ କୋଟିର ମାଲିକାଣୀ ଆପଣ ଜାଣନ୍ତି କି?

ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ଓମ ଶାନ୍ତି ଓମ’ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦୁକୋନ ଏବେ ବଲିଉଡର ‘ମସ୍ତାନୀ’ ହୋଇପାରିଛନ୍ତି। ଏହି ଅଭିନେତ୍ରୀ ନିଜ ଅଭିନୟ ସହିତ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ଗତ ୧୬ବର୍ଷ ମଧ୍ୟରେ ଦୀପିକା ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତେଣୁ ଆଜି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଯଦି ଆମେ ତାଙ୍କ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୫୦୦କୋଟିର ମାଲିକାଣୀ ଅଟନ୍ତି।

ଦୀପିକା କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଫିଲ୍ମ ପ୍ରଡକ୍ସନ୍ସରୁ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଅନେକ କମ୍ପାନିରେ ମଧ୍ୟ ବିନିଯୋଗ କରିଥିବା ଜଣାପଡ଼ିଛି।

ଯଦି ଆମେ ତାଙ୍କ ସ୍ବାମୀ ତଥା ସୁପରଷ୍ଟାର ରଣବୀର ସିଂହଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ଦୀପିକାଙ୍କଠାରୁ ବହୁତ ପଛରେ ଅଛନ୍ତି। ରଣବୀର ଏବେ ୩୪୫କୋଟିର ମାଲିକ ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button