ଦେଶ ବିଦେଶ

ବଜାରକୁ ଫେରିଲା ଦମଦାର ଲୁକ୍‌ ସହ Hero Karizma XMR – bajravana

[ad_1]

ନୂଆଦିଲ୍ଲୀ, ୨୯/୮: ବଜାରକୁ ଫେରିଛି ହିରୋ କରିସ୍ମା । ହିରୋ ମୋଟୋକର୍ପ ମଙ୍ଗଳବାର Hero Karizma XMR 210କୁ ଲଞ୍ଚ କରିଛି। ଭାରତରେ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏହାର ଲଞ୍ଚ ପ୍ରାଇସ୍‌ ୧,୭୨,୯୦୦ ଟଙ୍କା (ଏକ୍ସ-ସୋରୁମ୍‌) ରଖାଯାଇଛି। କରିସ୍ମାର ନୂଆ ମଡେଲ ପୁରୁଣା କରିସ୍ମା ତୁଳନାରେ ବେଶ୍‌ ଅଲଗା। ପୂର୍ବଭଳି ବାଇକ୍‌ର ବ୍ରାଣ୍ଡ୍‌ ଆମ୍ବାସଡର ବଲିଉଡ୍‌ ଷ୍ଟାର ରିତିକ୍ ରୋଶନ ରହିଛନ୍ତି । ସେ କରିସ୍ମା ଏକ୍ସଏମଆର ୨୧୦କୁ ଲଞ୍ଚ କରିଛନ୍ତି।

ଏଭଳି ରହିଛି ଫିଚର୍ସ -: ହିରୋ କରିସ୍ମା ଏକ୍ସଏମଆର ଡିଜାଇନ, ଫିଚର୍ସ, ପ୍ଲାଟଫର୍ମ ଏବଂ ଇଞ୍ଜିନ୍ ସଂପୂର୍ଣ୍ଣ ଭାବରେ ଅଲଗା। ନୂଆ କରିସ୍ମା ଏକ୍ସଏମଆରରେ ନୂଆ ୨୧୦ ସିସି ଇଞ୍ଜିନ୍‌ ରହିଛି। ଯାହା ଏକ ଉନ୍ନତ ସିଙ୍ଗିଲ ସିଲିଣ୍ଡର ବିଶିଷ୍ଟ ଲିକ୍ବିଡ୍‌ କୁଲିଂ ଇଞ୍ଜିନ୍‌। ବଡ଼ କଥା ହେଉଛି ଏହି ବାଇକ୍‌ରେ ଆପଣଙ୍କୁ ୬ ସ୍ପିଡ୍‌ ଗିୟର ଦେଖିବାକୁ ମିଳିବ।

କେବଳ ଶକ୍ତିଶାଳୀ ଇଞ୍ଜିନ ନୁହେଁ ହିରୋର ନୂଆ କରିସ୍ମାରେ ଡିଜାଇନ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ ରହିଛି। ଏହାର ଆକର୍ଷଣୀୟ ଫ୍ରଣ୍ଟ ଡିଜାଇନ୍‌ ଗ୍ରାହକଙ୍କୁ ଖୁବ୍ ପସନ୍ଦ ଆସିପାରେ । କହିବାକୁ ଗଲେ ଏହା ସଂପୂର୍ଣ୍ଣ ଭାବରେ ସ୍ପୋର୍ଟି ଲୁକ୍‌ ସହ ରହିଛି। ଏହା ସହ ଡୁଆଲ ଏଲଇଡି ହେଡଲାଇଟ, ଏଲଇଡି ଡିଆରଏଲଏସ, ବଡ଼ ଓ୍ବିଣ୍ଡ୍‌ସ୍କ୍ରିନ୍‌ ଆଦି ରହିଛି। ନୂଆ କରିସ୍ମାରେ ୟୁଏସବି ଚାର୍ଜିଂ ସୁବିଧା ମଧ୍ୟ ରହିଛି।

ଏହା ସହ ସଂପୂର୍ଣ୍ଣ ଡିଜିଟାଲ ଇନଷ୍ଟୁମେଣ୍ଟ କ୍ଲଷ୍ଟର ମଧ୍ୟ ରହିଛି। ୨୦୨୩ କରିସ୍ମା ଏକ୍ସଏମଆର ୨୧୦ରେ ଟେଲିସ୍କୋପିକ୍ ଏବଂ ମୋନୋସକ୍‌ ସସ୍‌ପେନସନ ଦିଆଯାଇଛି। ନୂଆ ବାଇକ୍‌ରେ ଡୁଆଲ ଡିସ୍କବ୍ରେକ୍ ରହିଛି। ଏହା ସହ ଏବିଏସ ସୁବିଧା ମଧ୍ୟ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button