ମନୋରଞ୍ଜନ

ମୋତେ ଏବେ ଡର ଲାଗୁଛି‌; ‘ଏମରଜେନ୍ସି’ ଦେଖିବାକୁ କରଣ ଉତ୍ସାହିତ ଥିବା ଜାଣି ଏଭଳି କହିଲେ କଙ୍ଗନା – bajravana

[ad_1]

ମୁମ୍ବାଇ: ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ବୟାନକୁ ନେଇ ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ।ନିକଟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ କରଣ ଜୋହର କହିଥିଲେ ଯେ ସେ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ଦେଖିବାକୁ ଉତ୍ସାହିତ ଅଛନ୍ତି। ଆଗକୁ ସେ କୌଣସି ରାଜନୈତିକ ଘଟଣା ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ଫିଲ୍ମ ନିର୍ମାତା କରଣ, କଙ୍ଗନାଙ୍କ ରାଜନୈତିକ ଡ୍ରାମା ‘ଏମରଜେନ୍ସି’ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ‘ଏମରଜେନ୍ସି’ ନିର୍ମାଣ କରାଯାଇଛି ଏବଂ ମୁଁ ଏହାକୁ ଦେଖିବାକୁ ଉତ୍ସାହିତ ଅଛି।

କରଣଙ୍କ ଏଭଳି ବୟାନକୁ ନେଇ ଏବେ କଙ୍ଗନା ପ୍ରତିକ୍ରିୟା ରଖିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ହା…ହା… ଗତ ଥର ଯେତେବେଳେ ସେ କହିଥିଲେ ଯେ ସେ ମଣିକର୍ଣ୍ଣିକା ଦେଖିବାକୁ ଉତ୍ସାହିତ ଅଛନ୍ତି, ସେତେବେଳେ ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ଫ୍ଲପ ହୋଇଥିଲା। ହା…ହା…ମୁଁ ବର୍ତ୍ତମାନ ଭୟଭୀତ ଅଛି… କାରଣ ସେ ପୁଣି ଉତ୍ସାହିତ ଅଛନ୍ତି।”

କରଣଙ୍କ ଚାଟ୍ ସୋ’ କଫି ଉଇଥ୍ କରଣରେ ଅତିଥି ହୋଇ ଆସିଥିବା କଙ୍ଗନା ତାଙ୍କୁ ‘ମୁଭି ମାଫିଆ’ ବୋଲି କହିଥିଲେ। ଏହା ପରଠାରୁ କଙ୍ଗନା ଅନେକ ଥର ସୋସିଆଲ ମିଡିଆରେ କରଣଙ୍କୁ ଟାର୍ଗେଟ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button