ଓଡିଶା

ମାଷ୍ଟରମାଇଣ୍ଡ ହଙ୍ଗେରି ନାଗରିକ ଡେଭିଡ ଗେଜ ବିରୋଧରେ ଲୁକ୍ ଆଉଟ୍‌ ସର୍କୁଲାର – bajravana

[ad_1]

ଦୁଇ ଥର ଭୁବନେଶ୍ବର ଓ ଭଦ୍ରକ ଆସିଛି, ତାରକା ହୋଟେଲରେ ରହିଛି

ଭୁବନେଶ୍ବର: ହଜାରେ କୋଟିର କ୍ରିପ୍ଟୋ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହଙ୍ଗେରି ନାଗରିକ ଡେଭିଡ୍ ଗେଜ୍ ବିରୋଧରେ ଲୁକ ଆଉଟ୍ ସର୍କୁଲାର(ଏଲ୍ଓସି) ଜାରି କଲା ଇଓଡବ୍ଲୁ। ଏହି ମାମଲାରେ ପୂର୍ବରୁ ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ନିରୋଦ ଦାସ ସମେତ ଏବେ ସୁଦ୍ଧା ୩ ଜଣ ଗିରଫ ହୋଇଥିଲେ ମଧ୍ୟ ଡେଭିଡର ପତ୍ତା ମିଳି ପାରି ନାହିଁ। ଇଓଡବ୍ଲୁ ସୂଚନା ଅନୁସାରେ, ପ୍ରାୟ ବର୍ଷକ ଭିତରେ ଡେଭିଡ୍ ଦୁଇ ଥର ଭାରତ ଆସିଛି। ପାଖାପାଖି ୨୫ ଦିନର ରହଣି ମଧ୍ୟରେ ଦୁଇ ଥର ଓଡ଼ିଶା ଆସିଛି। ସେହିପରି ଗୋଆ, ପଞ୍ଜାବ, ଝାଡ଼ଖଣ୍ଡ ଓ ଦିଲ୍ଲୀ ମଧ୍ୟ ଯାଇ ଅନଲାଇନ୍ ଚିଟଫଣ୍ଡ ନେଇ ବିଭିନ୍ନ ବୈଠକରେ ଯୋଗ ଦେଇଛି।

ଦୁଇ ଥର ଭୁବନେଶ୍ବର ଓ ଭଦ୍ରକ ଆସିଛି, ତାରକା ହୋଟେଲରେ ରହିଛି
ଭିସା ନିୟମର ଉଲ୍ଲଂଘନ କରିଛି, ଆଉ ଜଣେ ବିଦେଶୀ ନାଗରିକଙ୍କ ସମ୍ପୃକ୍ତି
ହଜାରେ କୋଟିର କ୍ରିପ୍ଟୋ ଠକେଇ ମାମଲା

ସେହିପରି ଦୁଇ ଥର ଓଡ଼ିଶା ଆସିଥିବା ବେଳେ ଭୁବନେଶ୍ବର ଓ ଭଦ୍ରକ ଯାଇ ସଭାର ଆୟୋଜନ କରିଛି। ତାରକା ହୋଟେଲରେ ରାତି କଟାଇଛି। ଯେତେବେଳେ ଠକେଇ ନେଇ ଇଓଡବ୍ଲୁରେ ମାମଲା ରୁଜୁ ହେଲା ସେତେବେଳେ ଡେଭିଡ୍ ତାର ଇନଷ୍ଟାଗ୍ରାମ୍ ଆଇଡି ଡିଲିଟ୍ କରି ଦେଇଥିଲା। ପ୍ରଥମ ଥର ପାଇଁ ଆମେରିକା ଓ ତୁର୍କୀ ଦେଇ ଭାରତ ଆସିଥିବା ବେଳେ ଦ୍ବିତୀୟ ଥର ପୋଲାଣ୍ଡ ଦେଇ ଆସିଥିବା ଇଓଡବ୍ଲୁ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଟୁରିଷ୍ଟ ଭିସାରେ ଆସିଥିବା ଡେଭିଡ୍ ବିଭିନ୍ନ ସ୍ଥାନରେ ସୋଲାର ଟେକ୍ନୋ ଆଲିଆନ୍ସ ସଂସ୍ଥାର ବ୍ୟବସାୟ ଓ ପ୍ରଚାର ସଂକ୍ରାନ୍ତରେ ବୈଠକ କରିଥିଲା। ଯାହା ଭିସା ନିୟମର ଉଲ୍ଲଂଘନ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଇଓଡବ୍ଲୁ ବିଦେଶ ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରାଇଛି। ସେହିପରି ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ଏହି ଠକେଇରେ ଜଣେ ଡଚ୍ ନାଗରିକ ସମ୍ପୃକ୍ତ ଥିବା ତଦନ୍ତକାରୀ ଟିମକୁ ସୂଚନା ମିଳିଛି। ଏହି ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ ଜାରି ରହିଥିବା ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button