ଅପରାଧ

ରୁଟି ପୋଡ଼ିଯିବାରୁ ବୋହୂକୁ ଗରମ ତାୱା ଚେଙ୍କ: ଜେଲ୍‌ ଗଲେ ଅଧ୍ୟାପିକା ଶାଶୂ, ସ୍ବାମୀ – bajravana

[ad_1]

ଭୁବନ: ରୁଟି ପୋଡ଼ିଯିବାରୁ ବୋହୂକୁ ଗରମ ତାୱା ଚେଙ୍କ। ଏହା ସହିତ ହେମଦସ୍ତା ପୁଆକୁ ବେକରେ ଚପାଇ ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗ ହୋଇଛି। ଅଭି‌ଯୋଗ ଆଧାରରେ ଭୁବନ ପୁଲିସ ଶାଶୂ ତଥା ଏକ ସରକାରୀ କଲେଜର ଅଧ୍ୟାପିକା ଏବଂ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହୋଇଯିବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ ଭୁବନ ଥାନା ଲତାବିଲ ଅଞ୍ଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗୀରଥି ବେହେରାଙ୍କ ଏକମାତ୍ର ଝିଅ ରଶ୍ମିତା ୨୦୨୨ ମେ ମାସ ୧୭ ତାରିଖରେ ଜଗତସିଂହପୁରର ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନାଙ୍କ ପୁଅ ଖାରବେଳ ଦିଗ୍‌ବିଜୟ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶ୍ରୀ ବେହେରା ତାଙ୍କ ସାଧ୍ୟ ମୁତାବକ ଘରକରଣା ସାମଗ୍ରୀ ସହିତ ପାଞ୍ଚ ଭରି ସୁନା ଉପହାର ଭାବରେ ପ୍ରଦାନ କରିଥିଲେ। ତେବେ ବିବାହର ୨ ମାସ ପରେ ରଶ୍ମିତାଙ୍କୁ ସ୍ବାମୀ ଖାରବେଳ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ଶାଶୂ ମଧ୍ୟ ତାଙ୍କୁ ମାରପିଟ୍‌ କରନ୍ତି ବୋଲି ଶ୍ରୀ ବେହେରା ଅଭିଯୋଗରେ ଦର୍ଶାଇଛନ୍ତି। ଦିନେ ରୁଟି ସେକିବା ବେଳେ ପୋଡ଼ିଯିବାରୁ ଶାଶୂ ତାୱାରେ ଚେଙ୍କ ଦେଇଥିଲେ।

ଏହା ସହିତ ଚିମୁଟାରେ ଜଙ୍ଘକୁ ଚିମୁଟି ପକାଇଥିଲେ। ହେମଦସ୍ତା ପୁଆରେ ବେକକୁ ଚପାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ରଶ୍ମିତାଙ୍କ ବାପା, ମା, ଭାଇ ଓ ଭାଉଜ ପୁନେରେ ରହୁଥିବା ବେଳେ ଖବରପାଇ ଝିଅକୁ ଘରକୁ ଆଣି ଚିକିତ୍ସା କରାଇଥିଲେ। ଏହା ସହିତ ଝଅକୁ ଶାଶୂ ଏବଂ ସ୍ବାମୀ ନିର୍ଯାତନା ଦେଉଥିବା ସଂପର୍କରେ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ। ଶନିବାର ଭୋରରୁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ବିଜନ ସେଠୀଙ୍କ ନେତୃତ୍ୱରେ ଭୁବନ ପୁଲିସ ଜଗତସିଂହପୁର ଉଗ୍ରତାର କଲୋନିରୁ ଶାଶୂ ସୁପ୍ରଭା ଏବଂ ସ୍ବାମୀ ଖାରବେଳଙ୍କୁ ଗିରଫ କରିଥିଲେ। ଭୁବନ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button