ଅପରାଧ

ବିହାର‌ରେ ଦୈନିକ ଜାଗରଣ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା – bajravana

[ad_1]

ପାଟନା: ବିହାରର ଆରାରିଆ ଜିଲ୍ଲାରେ ଆଜି ସକାଳେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାର ଶିକାର ହୋଇଥିବା ସାମ୍ବାଦିକଙ୍କ ନାଁ ବିମଳ ଯାଦବ ଏବଂ ସେ ଦୈନିକ ଜାଗରଣରେ କାମ କରୁଥିଲେ। ଅଜି ସକାଳେ ସାମ୍ବାଦିକଙ୍କ ରାଣିଗଞ୍ଜ ସ୍ଥିତ ବାସଭବନରେ ୪ ଜଣ ଲୋକ ଆସି ପହଞ୍ଚିଥିଲେ। ସେମାନେ କବାଟ ବାଡ଼େଇବାରୁ ସାମ୍ବାଦିକ ଯାଦବ କବାଟ ଖୋଲିଥିଲେ। ଏହି ସମୟରେ ଉକ୍ତ ୪ ବ୍ୟକ୍ତି ସାମ୍ବାଦିକଙ୍କ ଛାତିକୁ ଅତି ନିକଟରୁ ଗୁଳି ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।
ଆରାରିଆ ଏସ୍‌ପି ଅଶୋକ କୁମାର ସିଂହ କହିଛନ୍ତି, ଆଜି ସକାଳ ୫.୩୦ରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ଧରିବାପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ମିଳିଥିବା ସୂଚନାନୁଯାୟୀ ସନ୍ଦିଗ୍ଧ ଅଭିଯୁକ୍ତମାନେ ୨୦୦୯ରେ ବିମଲ ଯାଦବଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ବିମଲ ଯାଦବ ଏହି ମାମଲାରେ ମୁଖ୍ୟ ସାକ୍ଷୀ। ସେ ଏହି ମାମଲାରେ ତାଙ୍କ ମତ ବଦଳାଇବା ପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପଡ଼ିଥିଲ। ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ବିମଲ ଯାଦବଙ୍କ ଭାଇଙ୍କୁ ଯେମିତି ହତ୍ୟା କରାଯାଇଥିଲା ଠିକ୍‌ ସେହି ସମାନ ଢଙ୍ଗରେ ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଣାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶ୍ବାନ ରାଜ୍ୟରେ ଆଇନ ଶୃଙ୍ଖଳା ବିଫଳତା ପାଇଁ ନୀତୀଶଙ୍କ ନେତୃତ୍ବାଧୀନ ବିହାର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button