ଛାତ୍ରୀଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା: ବୁଦା ଭିତରୁ ମୃତଦେହ ଉଦ୍ଧାର – bajravana
[ad_1]
କୋଚିଂ ସେଣ୍ଟର୍ ଯାଇ ଫେରି ନଥିଲେ
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ମଜୁରିଛକ ନିକଟସ୍ଥ ବୁଦା ଭିତରୁ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ ଦୁର୍ବୃତ୍ତମାନେ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରିବାପରେ ବୁଦା ଭିତରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ମୃତଦେହ ମୁହଁମାଡ଼ି ପଡ଼ିଥିବା ଅବସ୍ଥାରେ ଜବତ କରାଯାଇଛି। ମୃତ ଛାତ୍ରୀ ସ୍ଥାନୀୟ ମଜୁରିଛକ ଅଞ୍ଚଳର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନ ସାହୁ (୧୬)। ଜସ୍ମିନ ଢେଙ୍କାନାଳ ସହରର ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ। ସେ କୁଞ୍ଜକାନ୍ତସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର୍ରେ କୋଚିଂ ନିଅନ୍ତି। ଜସ୍ମିନ ଓ ତାଙ୍କର ସାଙ୍ଗ ଉଭୟ ବସ୍ରେ ଯାଇ କୋଚିଂ ସାରି ଘରକୁ ଫେରନ୍ତି। ଗତକାଲି ଜସ୍ମିନ ସନ୍ଧ୍ୟା ୫ଟା ୪୦ରେ କୋଚିଂ ସେଣ୍ଟର୍ରୁ ବାହାରିଥିଲେ ମଧ୍ୟ ଘରେ ପହଞ୍ଚି ନଥିଲେ। ବହୁ ଖୋଜାଖୋଜି କରିବା ପରେ ରାତି ୧୦ଟା ପର୍ଯ୍ୟନ୍ତ ଝିଅକୁ ନପାଇବାରୁ ଜଳନ୍ଧର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମଧ୍ୟାହ୍ନରେ ମଜୁରିଛକ କଇଁଆଗଡ଼ାଣି ଖୁଦତଇଳା ରାସ୍ତାର ବାମପାର୍ଶ୍ବ ବୁଦା ଜଙ୍ଗଲ ଭିତରେ ଜସ୍ମିନଙ୍କ ଶବ ପଡ଼ିଥିବା ଖବର ପାଇ ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ଭବାନୀଶଙ୍କର ଉଦ୍ଘାତା, ଏସ୍ଡିପିଓ ବିଭୂତି ମହାପାତ୍ର, ସଦର ଥାନା ଅଧିକାରୀ ଦୀପକ ଲେଙ୍କା ଓ ଫରେନ୍ସିକ ଟିମ୍ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଜସ୍ମିନଙ୍କ ମରଶରୀରକୁ ଯେଉଁଠି ପକାଯାଇଛି, ସେହି ସ୍ଥାନରେ ତାଙ୍କ ମୁଣ୍ଡ ପାଖରେ ଏକ ରକ୍ତଭିଜା ପଥର ପଡ଼ିଥିଲା। ସେଥିରେ ତାଙ୍କୁ ମାରିବା ସହ ଛେଚାଯାଇଥିବା ଅନୁମାନ କରାଯାଉଛି। ଜସ୍ମିନ ବାପାଙ୍କ ଅଭିଯୋଗକ୍ରମେ ସଦର ଥାନାରେ ୧୯୦/୨୪ ଦଫା ୩୦୨ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ଏସ୍ଡିପିଓ ଶ୍ରୀ ମହାପାତ୍ର କହିଛନ୍ତି, ନାବାଳିକାଙ୍କ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି।
[ad_2]