ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଡ୍ର, ନିଶ୍ଚିତ ପରାଜୟରୁ ବଞ୍ଚିଲା ଟିମ୍ ଇଣ୍ଡିଆ
ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଶେଷରେ ଡ୍ର ହୋଇଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୮୯ ରନରେ ୭ ୱିକେଟ ହରାଇବା ପରେ ପାଳି ଘୋଷଣା କରିଥିଲା ଅଷ୍ଟ୍ରେଲିଆ । ଭାରତ ଆଗରେ ୨୭୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୁମରା, ଶିରାଜ ଓ ଆକାଶଦୀପଙ୍କ ଘାତକ ବୋଲିଂରେ ଦ୍ବିତୀୟ ଇନିଂସରେ ଧରାଶାୟୀ ହୋଇଥିଲା କଙ୍ଗାରୁ । ବୁମରା ୩ ୱିକେଟ ନେଇଥବା ବେଳେ ଶିରାଜ ଓ ଆକାଶଦୀପ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ଭାରତ ଦ୍ବିତୀୟ ଇନିଂସରେ ୮ ରନ୍ କରିଥିଲା । ଏବେ ବି ଭାରତ ୨୬୭ ରନ ପଛୁଆ ରହିଥିଲା । ତେବେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ଏବେ ମ୍ୟାଚ ଡ୍ର ହୋଇଛି । ଦ୍ବିତୀୟ ଇନିଂସରେ ଯଶସ୍ବୀ ଜୟସୱାଲ, କେଏଲ ରାହୁଲ ଉଭୟ ୪ ରନ କରିଥିଲେ ।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୪୫ ରନ କରିଥିଲା । ଭାରତ ପ୍ରଥମ ଇନିଂସରେ ୨୬୦ ରନ୍ କରିଥିଲା । ଏବେ ୨୭୫ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିଲା ରୋହିତ ବ୍ରିଗେଡ୍ । ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ଏବେ ମ୍ୟାଚ ଡ୍ର ହୋଇଛି । ପ୍ଲେୟାର ଅଫ ଦ ମ୍ୟାଚ ଟ୍ରେଭିସ ହେଡ୍ ହୋଇଛନ୍ତି । ପ୍ରଥମ ପାଳିରେ ୨୬୦ ରନ କରି ଭାରତ ଅଲଆଉଟ୍ ହୋଇଥିଲା । ମ୍ୟାଚର ଅନ୍ତିମ ଦିନରେ ୨୫୨ରନରୁ ଖେଳ ଆରମ୍ଭ କରିଥିଲା ଭାରତ । ଯଶପ୍ରୀତ ବୁମରା ଓ ଆକାଶଦୀପ ଯୋଡ଼ି ମାତ୍ର ୮ ରନ୍ କରିପାରିଥିଲେ । ଉଭୟ ୪୭ ରନର ପାର୍ଟନରସିପ କରିଥିଲେ ।
ପ୍ରଥମ ପାଳିରେ କେଏଲ ରାହୁଲ ସର୍ବାଧିକ ୮୪ ରନ ଓ ରବୀନ୍ଦ୍ର ଜାଡେଜା ୭୭ ରନ କରିବାରେ ସଫଳ ହୋଇଥିଲେ । ସେହିଭଳି ଅଷ୍ଟ୍ରେଲିଆ ଅଧିନାୟକ ପେଟ୍ କମିନ୍ସ ୪ ୱିକେଟ୍ ନେଇଥିବାବେଳେ ମିଚେଲ୍ ଷ୍ଟାର୍କ ହାତେଇଥିଲେ ୩ଟି ୱିକେଟ୍ । ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସଙ୍କ ବଲରେ ଛକା ମାରିଥିଲେ ଆକାଶ ଦୀପ ଏବଂ ବୁମରା । ୩୯ ରନର ପାର୍ଟନରସିପ କରି ଫଲୋଅନକୁ ମଧ୍ୟ ଏଡାଇଥିଲେ । ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଏବେ ୧-୧ ରେ ବରାବର ସ୍ଥିତିରେ ରହିଛି ।