ଦେଶ ବିଦେଶ

ଆସିଲା ଧନୀ ପରିବାର ୨୦୨୪ ତାଲିକା: ୱାଲଟନଙ୍କ ପରିବାର ହେଉଛି ବିଶ୍ୱର ସବୁଠୁ ଧନୀ ପରିବାର, ୮ନମ୍ବରରେ ରହିଛନ୍ତି ଅମ୍ବାନୀ ପରିବାର

ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଧନୀ ପରିବାର ୨୦୨୪ ତାଲିକା । ବ୍ଲୁମବର୍ଗ ଦ୍ୱାରା ବିଶ୍ୱର ୨୫ ସବୁଠୁ ଧନୀ ପରିବାର ତାଲିକା ପ୍ରକାଶ କରାଯାଛି । ଏହି ତାଲିକାରେ ୱାଲମାର୍ଟ ୱାଲଟନଙ୍କ ପରିବାର ୪୩୨.୪ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଶୀର୍ଷରେ ରହିଛନ୍ତି । ଏହା ଏଲନ୍‌ ମସ୍କଙ୍କ ବ୍ୟକ୍ତିଗତ ନେଟ ମୂଲ୍ୟକୁ ଅତିକ୍ରମ କରିଥିବା ଜଣାପଡ଼ିଛି । ଏହି ତାଲିକାରେ ଦୁଇ ପ୍ରମୁଖ ଭାରତୀୟ ପରିବାର, ମୁକେଶ ଅମ୍ବାନୀ ଏବଂ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ର ମିଷ୍ଟ୍ରିସଙ୍କ ପରିବାରର ନାମ ମଧ୍ୟ ରହିଛି । ଅମ୍ବାନୀଙ୍କ ଫ୍ୟାମିଲି ୯୯.୬ ବିଲିଅନ୍‌ ଡଲାର ସମ୍ପତି ସହିତ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ୪୪.୧ ବିଲିଅନ୍‌ ଡଲାର ସମ୍ପତି ସହିତ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ ମିଷ୍ଟ୍ରିସଙ୍କ ପରିବାରର ୨୩ ତମ ସ୍ଥାନରେ ରହି ବିଶ୍ୱସ୍ତରୀୟ ମାନ୍ୟତାରେ ସ୍ଥାନ ପାଇଛନ୍ତି ।

ବିଶ୍ୱର ଦ୍ୱିତୀୟ ବଡ଼ ଧନୀ ପରିବାର ହେଉଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍‌ ନାହ୍ୟାନ୍‌ ପରିବାର। ସେମାନଙ୍କ ପାଖରେ ୩୨୩.୯ ବିଲିଅନ୍‌ ଡଲାର ସମ୍ପତ୍ତି ରହିଛି। ତାଲିକାର ତୃତୀୟ ସ୍ଥାନରେ ରହିଛି କର୍ତ‌ର ଥାନି ପରିବାର । ଏହି ପରିବାର ପାଖରେ ମୋଟ୍‌ ବିଲିଅନ୍‌ ଡଲାରର ସମ୍ପତ୍ତି ୧୭୨.୯ ରହିଛି । ଆଠ ପିି ଧରି ଆଧିପତ୍ୟ ବିସ୍ତାର କରିଥିବା ଏହି ପରିବାରର ସଦସ୍ୟମାନେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ପଦବୀରେ ରହିଛନ୍ତି । ଏହା ବ୍ୟତୀତ ପରିବାର ପାଖରେ ହୋଟେଲ୍‌ଠାରୁ ଆରମ୍ଭ କରି ବୀମା କମ୍ପାନି, ଅଫଶୋର ଗ୍ୟାସ୍‌ ଏବଂ ତେଲ ପର୍ଯ୍ୟନ୍ତ ଆୟର ଅନେକ ଉତ୍ସ ରହିଛି । ଫ୍ରାନ୍ସର ହର୍ମିସ୍‌ ପରିବାର ଏହି ତାଲିକାର ୪ର୍ଥ ଏବଂ ଆମେରିକାର କୋଚ୍‌ ପରିବାର ୫ମ ସ୍ଥାନରେ ରହିଛନ୍ତି । ହର୍ମିସ୍‌ ପରିବାରର ସମ୍ପତ୍ତି ୧୭୦.୬ ବିଲିଅନ ଡଲାର ହୋଇଥିବା ବେଳେ କୋଚ୍‌ ପରିବାର ପାଖରେ ୧୪୮.୫ ବିଲିଅନ୍‌ ଡଲାରର ସମ୍ପତ୍ତି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button