ଏନର୍ଜି ଡ୍ରିଙ୍କ ପିଉଥିଲେ ହୋଇ ଯାଆନ୍ତୁ ସାବଧାନ, ନଚେତ ଭୋଗିବେ ଏହି ସବୁ ସମସ୍ୟା
ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାରର ଏନର୍ଜି ଡ୍ରିଙ୍କ୍ ମିଳୁଛି । ଏହି ଡ୍ରିଙ୍କକୁ ପ୍ରାୟ ଛୋଟଛୁଆଙ୍କ ଠାର ଆରମ୍ଭ କରି ବଡ ଲୋକେମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଏହା ଏପରି ଏକ ଡ୍ରିଙ୍କ୍ ଯାହା ଲୋକମାନେ ସବୁ ସମୟରେ ପିଇଥାନ୍ତି । ଏହାକୁ ପିଇଲା ପରେ ସେମାନେ ରିଲାକ୍ସ ଅନୁଭବ କରନ୍ତି । ଏପରି କ୍ଷେତ୍ରରେ ଯଦି ଛୋଟପିଲାଙ୍କୁ ବାହାରକୁ ନେଇ ଯାଉଛନ୍ତି, ସେମାନେ ପ୍ରଥମେ କିଛି ଏନର୍ଜି ଡ୍ରିଙ୍କ୍ ପିଇବାକୁ କହିଥାନ୍ତି । ଏନର୍ଜି ଡ୍ରିଙ୍କକୁ ପିଇଲାବେଳେ ଲୋକେମାନେ ଖରା, ବର୍ଷା, ଶୀତ କିଛି ମାନନ୍ତି ନାହିଁ, ଏହାକୁ ସବୁ ସମୟରେ ପିଇଥାନ୍ତି । ହେଲେ ଜାଣନ୍ତି ନାହିଁ ଯେ ଏହି ଏନର୍ଜି ଡ୍ରିଙ୍କ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ଏହାକୁ ପିଇବା ସମୟରେ କେଉଁଟା ଭଲ କେଉଁଟା ଖରାପ କିଛି ବାଛନ୍ତି ନାହିଁ ଆଖିରେ ଯାହା ପଡିଲା ତାକୁ ଆଣି ପିଇଥାନ୍ତି । ଏନର୍ଜି ଡ୍ରିଙ୍କ ପାଟିକୁ ଭଲ ଲାଗିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ପିଇବା ଫଳରେ ଶରୀରରେ କ’ଣ କ୍ଷତି ହୋଇଥାଏ ।
ଏନର୍ଜି ଡ୍ରିଙ୍କରେ ପ୍ରଚୁର ପରିମାଣରେ ଚିନି ରହିଥାଏ ଏବଂ ଯେତେବେଳେ ଆପଣ ଏହାକୁ ପିଅନ୍ତି ଏହା ଶରୀରରେ ଚର୍ବି ସୃଷ୍ଟି କରିଥାଏ । ଏହି କାରଣରୁ ଆପଣଙ୍କର ଫ୍ୟାଟି ଲିଭର ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହା ହୃଦଘାତର କାରଣ ମଧ୍ୟ ହୋଇପାରେ । ଏହି ଏନର୍ଜି ଡ୍ରିଙ୍କ୍ ପିଇବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ । ଏହା ସହ ହାଇ ବ୍ଲଡ୍ ପ୍ରେସର ସମସ୍ୟା ହୋଇପାରେ । ଏହି ଏନର୍ଜି ଡ୍ରିଙ୍କରେ ଅତ୍ୟଧିକ କଫିନ୍ ଏବଂ ଚିନି ରହିଥିବା କାରଣରୁ ହାର୍ଟ ସମସ୍ୟା ଅଧିକ ବଢ଼ିଥାଏ । ଏହି ଡ୍ରିଙ୍କ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଏଥିସହ ଏନର୍ଜି ଡ୍ରିଙ୍କ୍ ଚିନ୍ତା ସ୍ତରକୁ ବଢ଼ାଇବା ସହ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କିଛି ଲୋକ ଅନିଦ୍ରା, ମୁଣ୍ଡବିନ୍ଧା ଭଳି ସମସ୍ୟା ଅନୁଭବ କରିଥାନ୍ତି । ଯଦି ଆପଣ ସବୁ ସମୟରେ ଏନର୍ଜି ଡ୍ରିଙ୍କ ପିଅନ୍ତି ତେବେ ଗ୍ୟାଷ୍ଟିକ୍ ହୋଇପାରେ । ଗ୍ୟାଷ୍ଟିକ ହେଲେ ଲୋକେମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଯେପରି ପେଟ ଯନ୍ତ୍ରଣା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଦେହ ଧରିବା ଏବଂ ପେଟ ଜଳିବା ଭଳି ସମସ୍ୟା ଦେଖା ଦେଇଥାଏ । ଏହିସବୁ କ୍ଷତି ହୋଇଥାଏ ଏନର୍ଜି ଡ୍ରିଙ୍କ ଦ୍ୱାରା । ଯଦି ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏନର୍ଜି ଡ୍ରିଙ୍କ ଠାରୁ ଦୂରେଇ ରୁହନ୍ତୁ ।