ତ୍ୱଚାରେ ଚମକ ଆଣିବା ପାଇଁ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ ଏହି ଜିନିଷ
ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଦେଖାଯିବେ ପାଇଁ ବହୁତ ଚେଷ୍ଟା କରିଥାନ୍ତି । ସୁନ୍ଦରତା ପାଇଁ ମଣିଷ ତେତେ କ’ଣ କରିଥାଏ । ହେଲେ ଆଜିକାଲିର ବିଭିନ୍ନ ସମସ୍ୟା ଯୋଗୁ ଫେସ୍ ଡଲ୍ ଦେଖାଯାଉଛି । ଖାସ୍ କରି ଛିଅମାନେ ସୁନ୍ଦରତା ପାଇଁ ଅଧିକ ଟେନସନରେ ରହୁଛନ୍ତି । ଟିକେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ବିୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏଥି ସହ ମାସକୁ ଥରେ କିମ୍ବା ଦୁଇ ଥର ନିହାତି ଭାବରେ ପାର୍ଲର ଯାଇଥାନ୍ତି । ଏହି ସବୁ କରିବା ଫଳରେ ମଧ୍ୟ ଫେସ୍ ଖରାପ ଦେଖାଯାଇଥାଏ । ଫେସରେ ଗ୍ଲୋ ଆଣିବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ ପାଳନ କରିଥାନ୍ତି । ଘରେ ବହୁତ ପ୍ରକାର ଜିନିଷ ମିଶାଇ ଏକ ପ୍ୟାକ୍ ତିଆରି କରି ଫେସରେ ଲଗାଇଥାନ୍ତି ହେଲେ ବି କିଛି ଫାଇଦା ମିଳି ନଥାଏ ବର୍ତ୍ତମାନ ଆପଣଙ୍କ ଟେନସନ୍ ଦୂର ହେବାକୁ ଯାଉଛି । ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଫେସରେ ଲଗାଇବା ପରେ ଫେସ୍ ଚମକି ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷଟି କ’ଣ?
ଆପଣ ଜାଣିଛନ୍ତି କି ଫେସ୍ ପାଇଁ ‘ଭିଟାମିନ୍ ଇ’ କ୍ୟାପସୁଲ୍ କେତେ ଲାଭଦାୟକ ହୋଇଥାଏ ? ଭିଟାମିନ୍ ଇ’ କ୍ୟାପସୁଲ୍ ଲଗାଇ ଫଳରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଉତ୍ତମ ଫଳାଫଳ ପାଇଁ ଆପଣ ଏହାକୁ ସଠିକ୍ ଉପାୟରେ ବ୍ୟବହାର କରିବା ଉଚିତ୍ । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ।
ଭିଟାମିନ୍ ଇ’ କ୍ୟାପସୁଲକୁ ଆପଣ ଫେସରେ ଲଗାଇପାରିବେ । ଏହା ସହ ଆପଣ ଏହି କ୍ୟାପସୁଲକୁ ମଶ୍ଚୁରାଇଜ୍ କ୍ରିମ୍ ସହିତ ବ୍ୟବହାର କରିପାରିବେ । ଏଥିରେ କୈଣସି ପ୍ରକାର ଅସୁବିଧା ନଥାଏ । ଏହାକୁ ପ୍ରତିଦିନ ରାତିରେ ଶୋଇବା ସମୟରେ ମଧ୍ୟ ଲଗାନ୍ତୁ ଦେଖିବେ ଆପଣଙ୍କର ଫେସ୍ କଲରରେ ଉନ୍ନତି ଆସିବ ।