ଦେଶ ବିଦେଶ
ପ୍ରଥମଥର ପାଇଁ ଭାରତ ବର୍ଷରେ ପ୍ରଚଳନ ହେବାକୁ ଯାଉଥିବା ୧୦ ଟଙ୍କିଆ ପ୍ଲାଷ୍ଟିକ ନୋଟ
ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବାର ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ପରୀକ୍ଷାମୂଳକ ଭାବେ ଦେଶର ପାଞ୍ଚିଟି ସହରରେ ପ୍ଲାଷ୍ଟିକରେ ତିଆରି ୧୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯିବ । ତେବେ କେବେଠାରୁ ନୂଆ ୧୦ ଟଙ୍କିଆ ନୋଟକୁ ପରୀକ୍ଷା ଦେବାକୁ ହେବ, ସେ ସମ୍ପର୍କରେ ସରକାର ତଥ୍ୟ ପ୍ରଦାନ କରିନାହାନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି ରାଧାକୃଷ୍ଣନ ଲୋକସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଜଣାଇଥିଲେ ଯେ ନିକଟ ଭବିଷ୍ୟତରେ ସରକାର ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବେ ନାହିଁ । ବରଂ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଜାଣିବା ପାଇଁ ଉଭୟ ନୋଟ ମଧ୍ୟରେ ୧୦ଏମଏମ ବ୍ୟବଧାନ ରଖାଯାଇଛି । ନୂଆ ୧୦ ଟଙ୍କିଆ ନୋଟର ପରୀକ୍ଷା ମୂଳକ ସହର ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଏହା ବ୍ୟତୀତ କୋଚି, ମହୀଶୂର, ଜୟପୁର ଓ ଶିମଳାର ନାମ ଅଛି ।