ଦୁଇବର୍ଷ ପରେ ଫେରୁଛନ୍ତି ଆମୀର ଖାନ, ସାଉଥ ଫିଲ୍ମରେ ରଜନୀକାନ୍ତଙ୍କ ସହ ଦେଖାଇବେ ଦମ୍
ଲାଲ ସିଂ ଚଢା ରିଲିଜ ହେବାର ଦୁଇ ବର୍ଷ ପରେ ଆମୀର ଖାନ ପୁଣିଥରେ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହିଥର ଆମୀର ସାଉଥ ସିନେମାରେ ନଜର ଆସିବେ । ବଲିଉଡରେ ଥଲାଇଭା ଅର୍ଥାତ ରଜନୀକାନ୍ତ ଏବଂ ତାଙ୍କ ସହ ଶୃତି ହାସନ ଙ୍କୁ ଏହି ଫିଲ୍ମରେ ଦେଖିବେ ଦର୍ଶକ । ଏହି ଫିଲ୍ମ ର ନାମ ହେଉଛି କୁଲି । ଫିଲ୍ମର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଙ୍ଗ ପାଇଁ ଶୃତି ଏବଂ ଆମୀର ପିଙ୍କ ସିଟି ଜୟପୁରରେ ଅଛନ୍ତି ।
ବଲିଉଡରେ କୁଲି ନାମରେ ୩ଟି ଫିଲ୍ମ ହୋଇ ସାରିଛି । ୧୯୮୩ ମସିହାରେ ଅମିତାଭ ବଚ୍ଚନ କୁଲିରେ ନଜର ଆସିଥିଲେ । ଏହାପରେ ଲୋକଙ୍କ ହୃଦୟକୁ ସେ ନିଜ ଅଭିନୟ ମାଧ୍ୟମରେ ଜିତି ଥିଲେ । ଏହାପରେ ୧୯୯୫ ଏବଂ ୨୦୨୦ରେ ଡେଭିଡ ଧାୱନ ଓ ଗୋବିନ୍ଦା ଏବଂ ବରୁଣ ଧାୱନଙ୍କ ସହ କୁଲି ନମ୍ବର ୱାନ ଫିଲ୍ମଟି ଲୋକଙ୍କୁ ଖୁବ ହସାଇଥିଲା । ଏବେ ଆମୀର ଏବଂ ରଜନୀକାନ୍ତଙ୍କ ଫିଲ୍ମ ଏହି ନୁଆ ଫିଲ୍ମ କୁଲି ପାଇଁ ପୁରା ପ୍ରସ୍ତୁତ ଅଛି ।
ଏହି ପ୍ରାଜେକ୍ଟ ଅନୁସାରେ ଶୃତି ହାସନ ଏବଂ ଆମୀର ଖାନ ପ୍ରଥମ ଥର ଏକା ସାଙ୍ଗରେ କାମ କରୁଥିବା ଦେଖିବାକୁ ମିଳିବ । ଦୁହିଙ୍କୁ ଏକା ସାଙ୍ଗରେ ବଡ ପରଦାରେ ଦେଖିବା ପାଇଁ ଫାନ୍ସ ମାନେ ଉତ୍ସାହିତ ଅଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଶୃତି ହାସନ ଗୁରୁବାର ଦିନ ଆମୀର ଖାନଙ୍କ ସହ ସୁଟିଙ୍ଗ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଙ୍ଗ ଭାଇଜାକ, ଏବଂ ଚେନ୍ନାଇ ସହ ଦେଶର ଅନ ସ୍ଥାନରେ ମଧ୍ୟ ସୁଟିଙ୍ଗ କରାଯାଇଛି ।