ଓଡିଶା

୫-ଟି ସଚିବଙ୍କୁ ବିଜେପିର ବିରୋଧ: କଳାପତାକା ପ୍ରଦର୍ଶନ ସହ ଗୋ ବ୍ୟାକ୍ ନାରା – bajravana

[ad_1]

ବେତନଟୀସଦର: ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଖୁଣ୍ଟାପୁର ଠାରେ ଶନିବାର ବିରୋଧ କରାଯାଇଛି। ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ୫-ଟି ସଚିବଙ୍କର ଶନିବାର ବଡ଼ସାହି ନିର୍ବାଚନ ମଣ୍ଡଳୀର ଖୁଣ୍ଟାପୁର ଠାରେ କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ପ୍ରବଳ ଜନସମାଗମ ମଧ୍ୟ ହୋଇଥିଲା। ହେଲେ ୫-ଟି ସଚିବ ସଭା କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ସ୍ଥାନୀୟ ପଣସିଆ ଛକ ଠାରେ ବିଜେପି କର୍ମୀ ପ୍ରବଳ ବିରୋଧ କରିଥିଲେ। ପଣସିଆ ଖୁଣ୍ଟାପୁର ମୁଖ୍ୟ ରାସ୍ତାରେ ବିଜେପିର ସ୍ଥାନୀୟ ସରପଞ୍ଚ ବତୀ ସିଂ, ପ୍ରାକ୍ତନ ଜିଲ୍ଲା ପରିଷଦ ବ୍ରଜମୋହନ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ସାହୁ, ମନୋଜ ମିଶ୍ର, ଭବାନୀ ଶଙ୍କର ସାହୁ, ପାନଙ୍ଗ ଦାସ, ରତ୍ନାକର ଜେନା, ଚନ୍ଦନ ପାତ୍ର, କ୍ରିଷ୍ଣା ବାରିକ, ମୋହନ ମହାନ୍ତ, ଖଗେଶ୍ୱର ରାଉଳ ମିଥୁନ ମହାନ୍ତିଙ୍କ ସମେତ ଏକାଧିକ ବିଜେପି କର୍ମୀ କଳା ପତାକା ପଦର୍ଶନ କରିଛନ୍ତି।

ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ, ଯେଉଁଥିପାଇଁ ପୁଲିସ ଏବଂ ବିଜେପି କର୍ମୀ କିଛି ସମୟ ପାଇଁ ମୁହାଁମୁହିଁ ମଧ୍ୟ ହୋଇଥିଲେ। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ପୁଲିସ ବିରୋଧସ୍ଥଳରୁ ରତ୍ନାକର, ପାନଙ୍ଗ, ବଂଶୀଧର ଜେନା, ହିମାଂଶୁ, ମୃତ୍ୟୁଞ୍ଜୟ ପଣ୍ଡା, ଲମ୍ବୋଦର ଲେଙ୍କା, ବିଶ୍ୱରଂଜନ ସାହୁ, ମୋହନ, ବିଦେଶୀ ସିଂ ଓ ବ୍ରଜମୋହନ ବେହେରା ପ୍ରମୁଖଙ୍କୁ ଉଠାଇ ନେଇ କିଛି ସମୟ ଥାନାରେ ଅଟକ ରଖିବାପରେ ଛାଡିଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button