ଦେଶ ବିଦେଶ

ରାତିରେ ଅନିଦ୍ରାପଣ ସମସ୍ଯା ପାଇଁ ଚିନ୍ତିତ ! ରାତିରେ ଭଲ ନିଦ୍ରାରେ କିପରି ଶୋଇବେ ?

ଏକ ସୁସ୍ଥ ଶରୀର ପାଇଁ ରାତିରେ 8 ଘଣ୍ଟା ଶୋଇବା ନିତାନ୍ତ ଜରୁରୀ ହୋଇଥାଏ । ଖାଲି ଶରୀର ନୁହେଁ, ବଂର ମନକୁ ଶାନ୍ତ ରଖିବା ପାଇଁ ମଧ୍ୟ ଭଲ ନିଦ୍ରାର ଆବଶ୍ୟକତା ରହିଥାଏ । ହେଲେ ସେଥିମଧ୍ୟରୁ ଅନେକ ଲୋକଙ୍କୁ ନିଦ ନହେବାର ସମସ୍ଯା ରହିଥାଏ । ଯାହା ଦ୍ଵାରା ସେମାନେ ରାତି ରାତି ଅନିଦ୍ରା ହୋଇ ଚାହିଁ ବସିଥାନ୍ତି । ତେବେ ରାତିରେ ଯଦି ଅଧିକାଂଶ ସମୟ ଅନିଦ୍ରା ରହୁଥାନ୍ତି । ତାହାର କୁପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ ।

ବରିଷ୍ଠ ଶ୍ଵାସ ଓ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣୀଙ୍କ ମୁହଁରୁ ରାତିରେ ଭଲ ନିଦରେ ଶୋଇବାର ଟିପ୍ସ ଚାଲନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ନିଦ୍ରା ହେଉଛି ଭଗବାନଙ୍କର ଅନବଦ୍ୟ ସୃଷ୍ଟି । ଆମ ଜୀବନ କାଳ ମଧ୍ୟରେ 27 ବର୍ଷ କେବଳ ନିଦ୍ରାରେ ହିଁ ଚାଲିଯାଇଥାଏ । ହେଲେ ଅନେକ ଲୋକଙ୍କୁ ରାତିରେ ଭଲ ଭାବେ ନିଦ ହୋଇନଥାଏ । ଜଣେ ବ୍ୟକ୍ତି ଭଲରେ ନଶୋଇବା ଦ୍ଵାରା ତା’ ର ବିଭିନ୍ନ ପ୍ରକାର ସମସ୍ଯା ସୃଷ୍ଟି ହୋଇଥାଏ ।

ତେଣୁ ରାତିରେ ଭଲରେ ଶୋଇବା ପାଇଁ ପ୍ରଥମେ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ଭଲ ନିଦ୍ରା ପାଇଁ ଭଲ ପରିବେଶ ଏକ ସୃଷ୍ଟି କରନ୍ତୁ । ଯେପରି ସେହି ସ୍ଥାନରେ ଆପଣ ବିନା କୌଣସି ବ୍ୟାଘାତରେ ଶାନ୍ତିର ନିଦ୍ରା ଶୋଇପାରିବେ । ଶୋଇବା ସମୟରେ ନିଜ ପାଖରୁ ଟିଭି, ଫୋନ ଓ ଲାପଟପ ଭଳି ଜିନିଷକୁ ଦୂରେଇ ରଖନ୍ତୁ । ଘରର ପରିବେଶକୁ ସଫାସୁତୁରା ରଖନ୍ତୁ ।

କାରଣ ପରିବେଶ ନିର୍ମଳ ରହିଲେ ରାତିରେ ଭଲ ନିଦ୍ରା ହୋଇଥାଏ । ଏଥିସହ ନିଦ ଆସିବା ପାଇଁ ଅନେକ କିଛି ଟିପ୍ସ ମଧ୍ୟ ରହିଛି । ଯେପରି ଅନେକ ଲୋକଙ୍କୁ ଗୀତ ଶୁଣିଲେ ନିଦ ଆସିଯାଏ । ତେଣୁ ଗୀତ ଶୁଣି ଶୁଣି ଶୋଇବାକୁ ଚେଷ୍ଟା କରନ୍ତୁ । ଅନେକ ଲୋକଙ୍କୁ ବହି ପଢିଲେ ନିଦ ଆସିଯାଏ । ତେଣୁ ଏପରି କିଛି ବୁକ୍ ବା ମାଗାଜିନ ପଢନ୍ତୁ ।

ଯାହା ଆପଣଙ୍କୁ ପଢିବାକୁ ଇଛା ନଥିଲେ ବି ପଢନ୍ତୁ । ଯାହା ଦ୍ଵାରା ଆପଣଙ୍କ ଆଖିକୁ ଅଟୋମେଟିକ ନିଦ ଚାଲିଆସିବ । ତା’ ବାଦ ମଧ୍ୟ ଭଲ ନିଦ୍ରା ପାଇଁ ରାତିରେ ସାମାନ୍ୟ ଉଷୁମ ପାଣିରେ ଅନେକ ଲୋକ ଗାଧୋଇ ବା ଗୋଡହାତ ଧୁଆଧୁଇ ହୋଇ ଶୋଇବାକୁ ଭଲ ପାଆନ୍ତି । ଯାହା ଦ୍ଵାରା ବଡି ରିଲାକ୍ଷ ହେବା ସହ ମାଇଣ୍ଡ ମଧ୍ୟ ରିଲାକ୍ଷ ହେଇଯାଇଥାଏ । ତାପରେ ବ୍ୟକ୍ତି ସୁଖନିଦ୍ରାରେ ରାତିରେ ଶୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button