ଓଡିଶା

ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୩୯.୮ ଡିଗ୍ରି ସହ ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର – bajravana

[ad_1]

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ଦିନ ୧୧ ଟା ୩୦ ସୁଦ୍ଧା ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟା  ରାଜଧାନୀ ଭୁବନେଶ୍ୱରରେ ୩୯.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢ଼େ ୧୧ଟା ସୁଦ୍ଧା ୧୧ଟି ସହରରେ ତାପମାତ୍ରା ୩୦ ଡିଗ୍ରି ଅତିକ୍ରମ କରିଛି । କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ କରାଯାଇଛି। ଏଣେ ବାଲେଶ୍ୱର ଓ ଝାରସୁଗୁଡ଼ାରେ ୩୮ ଡିଗ୍ରି, ରାଉରକେଲାରେ ୩୭.୮, ଓ ଚାନ୍ଦବାଲିରେ ୩୭.୪ ଡିଗ୍ରି, ଉପରେ ପାରଦ ରହିଥିବା ଜଣାଯାଇଛି।

‌ସେହିପରି ହୀରାକୁଦରେ ୩୬.୬ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି ରହିଛି ତାପମାତ୍ରା। ସେହିଭଳି  ପାରାଦୀପରେ ୩୨ ଡିଗ୍ରି ଛୁଇଁଛି ତାତି। ଗୋପାଳପୁରରେ ୩୧.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଗତକାଲି ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଥିଲା। ଆହୁରି ଦୁଇଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button