ଦେଶ ବିଦେଶ

ଚନ୍ଦ୍ରଯାନ-୩ର ଅବତରଣ ଆଜି – bajravana

[ad_1]

ନୂଆଦିଲ୍ଲୀ, ୨୩/୦୮ : ଆଜି ଜହ୍ନରେ ପାଦ ଥାପିବ ଚନ୍ଦ୍ରଯାନ-୩ । ଆଉ ଠିକ୍ ୧୨ ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଭାରତର ଏହି ମିଶନ ଚନ୍ଦ୍ରଯାନ ଉପରେ ଏବେ ସାରା ବିଶ୍ୱର ରହିଛି ନଜର । ଦେଶର ବିଭିନ୍ନ ସ୍ଥାନରେ ଏଥିପାଇଁ ପୂଜାର୍ଚନା ହୋଇଛି । ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ସେପଟେ ଶେଷ ୧୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଚନ୍ଦ୍ରରେ ପର୍ଯ୍ୟାପ୍ତ ବାୟୁ ନାହିଁ । ଅତ୍ୟଧିକ ଧୂଳି ରହିଛି । ତେଣୁ ଚନ୍ଦ୍ରରେ ହେଉ ଅବା ମଙ୍ଗଳଗ୍ରହରେ କୌଣସି ମହାକାଶଯାନ ଓହ୍ଲାଇଥାଏ ସେଠାରେ ବେଗ ଧୀମା କରିବାକୁ ପଡିଥାଏ । ଏହାଦ୍ୱାରା ଯେଉଁ ସ୍ଥାନରେ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଥିବ ସେଠାରେ ଓହ୍ଲାଇ ହେବ । ତେଣୁ ସଫ୍ଟ ଲ୍ୟାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button