ଦେଶ ବିଦେଶ

ବ୍ୟକ୍ତିକୁ ଜଲ୍ଦି ବୁଢା କରିଦେଇଥାଏ ଏହି 3ଟି କାମ,ଜାଣନ୍ତୁ ଚାଣକ୍ୟ କଣ କହିଛନ୍ତି:-

ଏକ ସରଳ ସନ୍ତାନ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମିଳିତ ଭାରତର ସମ୍ରାଟ କରିଥିବା ଚାଣକ୍ୟ ନୈତିକତାର ଜଣେ ମହାନ ପଣ୍ଡିତ ବୋଲି କୁହାଯାଉଛି। ସେ ମାନବ ଜୀବନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ତାଙ୍କ ନୈତିକତାର ଚତୁର୍ଥ ଅଧ୍ୟାୟର 17 ତମ ପଦରେ ମହିଳା, ପୁରୁଷ ଏବଂ ଘୋଡାମାନଙ୍କର ବୃଦ୍ଧାବସ୍ଥାର କାରଣ ବିଷୟରେ କୁହନ୍ତି। ଆସନ୍ତୁ ଜାଣିବା କାହିଁକି ଚାଣକ୍ୟଙ୍କ ଅନୁଯାୟୀ ଲୋକମାନେ ଶୀଘ୍ର ବୃଦ୍ଧ ହୁଅନ୍ତି ଏବଂ ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ

ମଣିଷର ଧନ,ଜୀବନ,ଭୋଜନ ଏବଂ ବାସ୍ନାର୍ ଭୋକ କେବେ ମେଣ୍ଟି ନଥାଏ। କଷ୍ଟ ସମୟରେ କେହି କାହାର ହୁଅନ୍ତି ନାହିଁ। ସେଥପାଇଁ ଖରାପ ସମୟ ପାଇଁ ଟଙ୍କା ସଞ୍ଚୟ କରି ରଖନ୍ତୁ। ଯାହା ଖରାପ ଅବସ୍ତାରେ କାମ ରେ ଆସିବ। କେବେ ସିଧା ଲୋକହୁଅନ୍ତୁ ନାହିଁ କାରଣ ଅପଣଙ୍କ ଫାଇଦା ଉଠେଇବା ପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତି। ଯେପରି ଜଙ୍ଗଲରେ ପ୍ରଥମେ ସିଧା ଗଛକୁ ପ୍ରଥମେ କଟାଯାଇଥାଏ। ସେଇଭଳି ଅପଣଙ୍କ ଫାଇଦା ଲୋକ ଉଠାନ୍ତି। ସର୍ବଦା ଭଗବାନ ଙ୍କ ଉପରେ ବିଶ୍ୱାସ ରଖନ୍ତୁ କାରଣ ଭଗବାନ ଙ୍କ କୃପଦ୍ରୁଷ୍ଟି ପଡିବା ମାତ୍ରେ ପଥର ମଧ୍ୟ ସୁନା ହୋଇଯାଇଥାଏ।

ଧନ ରତ୍ନ କୁ କେବେ ମୂଲ୍ୟବାନ ଭାବନ୍ତୁ ନାହିଁ। କାରଣ ଶସ୍ୟ,ପାଣି ଏବଂ ଜ୍ଞାନ କେବଳ ମୂଲ୍ୟବାନ ହୋଇଥାଏ। ପାପ କଣ ପୁନ୍ୟ କଣ ଏବଂ ଶତ୍ରୁ କିଏ ଏବଂ ମିତ୍ର କିଏ ଏହି ସବୁ ଜିନିଷ ଭିତରେ ଭଲ ଭାବରେ ଜାଣିବା ଉଚିତ। ଏବଂ ମନ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟ କରିବା ଉଚିତ। ଠିକ ସମୟରେ ଶୋଇବା,ଖାଇବା,ଉଠିବ ଏହି ଗୁଣ ଶିଖିବା ଉଚିତ ଅଟେ। ଜଲ୍ଦି କାହାକୁ ବିଶ୍ୱାସ କରିବା ଭଲ ହୋଇ ନଥାଏ,ଏବଂ କୁକୁର ପରି ଭରସା ଦାୟକ ହେବା କୁକୁର ଠାରୁ ଶିଖିବା ଉଚିତ।

ସ୍ତ୍ରୀଙ୍କୁ କେବେ ସ୍ୱମୀ ଙ୍କ କଥା ଟାଳିବା ଉଚିତ ହୋଇ ନଥାଏ କାରଣ କଥା ନମାନିଲେ ସ୍ୱାମୀର ଅୟୁ କମ ହୋଇଥାଏ। ସର୍ବଦା ଭଲ କାମ କରିବା ଉଚିତ ଏବଂ ଭୁଲ କୁ କେବେ ଠିକ କହିବା ଉଚିତ ନୁହେଁ। ଆତ୍ମାକୁ କେବେ ଅଲଗା କରି ଆମେ ତାକୁ ବଦଳେଇ ପାରିବା ନାହିଁ କିନ୍ତୁ ଆମେ ଆମ କଥାରେ ଜଣଙ୍କୁ ବଦଳେଇ ପରିବା। ଭାବନା ଅନୁସାରେ ଆମକୁ ଆମ ଫଳ ମିଳିଥାଏ। ସେଥପାଇଁ ଭାବନା ଭଲ ରଖନ୍ତୁ ଭଲ ଫଳ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button