ଅପରାଧ
ଭିଡିଓ ପାଇଁ ରାସ୍ତାରେ ବୃଦ୍ଧଙ୍କ ଚେହେରାରେ ସ୍ପ୍ରେ ମାରିବା ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରେ ବାଇକରେ ଯାଉଥିବା ଦୁଇଜଣ ଯୁବକ ଭିଡିଓ ପାଇଁ ଜଣେ ବୃଦ୍ଧ ସାଇକେଲ ଚାଳକଙ୍କ ମୁହଁରେ ସ୍ପ୍ରେ ମାରିଥିବାର ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଲୋକେ ଉକ୍ତ ଦୁଇ ବାଇକଆରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଥିଲା।
ଯାହାକୁ ଆଧାର କରି ପୁଲିସ ଯାଞ୍ଚ କରି ଦୁଇଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଯଦୁବଂଶୀ ନାମରେ ତିଆରେ ହୋଇଥିବା ଏକ୍ସ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ଦୁଇଟି ଭିଡିଓ ପୋଷ୍ଟ ହୋଇଥିଲା। ଯେଉଁଥିରେ ବାଇକରେ ବସି ଦୁଇଜଣ ଯୁବକ ଯାଉଥିବା ବେଳେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧ ସାଇକେଲ ଆରୋହୀଙ୍କ ମୁହଁରେ ସ୍ପ୍ରେ ପକାଇ ଦେଉଛନ୍ତି। ସାଇକେଲ ଚଲାଉଥିବା ବେଳେ ହଠାତ ମୁହଁରେ ସ୍ପ୍ରେ ପଡ଼ିବାରୁ ବୃଦ୍ଧ ଜଣକ ବିଚଳିତ ହୋଇଯାଉଥିବା ଦେଖିବାକୁ ମିଳୁଛି।