ଦେଶ ବିଦେଶ

ସୁସ୍ଥ କେଶ ପାଇଁ କ’ଣ କ’ଣ ସବୁ କରିବେ ଡାଏଟ୍‌

ସୁସ୍ଥ, ସୁନ୍ଦର, ମଜଭୁତ କେଶ କାହାକୁ ଅବା ଭଲ ଲାଗିନଥାଏ । ହେଲେ ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ଏଭଳି କିଛି ସମସ୍ଯା କେଶ ସୁସ୍ଖତା ଓ ଝଡିବା ପାଇଁ ଦାୟୀ ହୋଇଛି । ତେବେ ଏ ସମ୍ପର୍କରେ ଚୁଟିକୁ ସୁସ୍ଥ, ସୁନ୍ଦର କରିବା ପାଇଁ ଡାଏଟିସିୟାନ ନିହାରିକା ଦାସ କ’ଣ ସବୁ ଟିପ୍ସ ଦେଉଛନ୍ତି ଆସନ୍ତୁ ଜାଣିବା । ତେବେ ନିହାରିକାଙ୍କ କହିବା ଆଧାରରେ ଚୁଟି ଝଡିବାର ବହୁତ ଗୁଡିଏ କାରଣ ରହିଥାଏ ।

ଯେପରି ଖରାପ ଖାଦ୍ୟପେୟ, ପରିବେଶ, ଷ୍ଟ୍ରେସ, ପାଣି ଏଥିମଧ୍ୟରୁ କୌଣସି ବି କାରଣ ପାଇଁ ଚୁଟି ଝଡିବା ସମସ୍ଯା ଦେଖାଯାଇଥାଏ । ତେବେ ଚୁଟିର ସବୁ ସମସ୍ଯା ଦୂର କରିବା ସହ ଚୁଟିକୁ ହେଲଦି ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଉଚିତ । ଯେପରି ଖାଦ୍ୟରେ ଅଣ୍ଡା ଆଡ୍ କରନ୍ତୁ । ଏଥିସହ ଭିଟାମିନ ସି, ଜିଙ୍କ ଓ ଆଇରନ ଭଳି ପୋଷକ ତତ୍ଵ ରହିଥିବା ଖାଦ୍ୟର ସେବନ କରିବା ଦ୍ଵାରା ଚୁଟି ଝଡିବା ବହୁତ ପରିମାଣର କମ୍ ହେବାକୁ ଲାଗିଥାଏ ।

ଅଣ୍ଡାରେ ପ୍ରୋଟିନ ଓ ବାୟୋଟିନ ରହିଥାଏ । ଯାହା ଚୁଟିକୁ ବହୁତ ହେଲଦି ରଖିଥାଏ । ଯାହା ଫଳରେ ଚୁଟି ଝଡିବା ଓ ଛିଡିବା ସମସ୍ଯା ମୂଳରୁ ଗାୟବ ହୋଇଥାଏ । ବିଭିନ୍ନ ପ୍ରକାର ବାଦାମ ଖାଇବାକୁ ଚେଷ୍ଟା କରନ୍ତୁ । ସେଥିରୁ ଜିଙ୍କ ଓ ପ୍ରୋଟିନ ଆପଣଙ୍କ ଚୁଟିକୁ ମିଳିବ। ଯାହା ଚୁଟି ପାଇଁ ବହୁତ ଲାଭକାରୀ ପୋଷକ ହୋଇଥାଏ । ଆଇରନ ପାଇଁ ଆପଣ ପାଳଙ୍ଗ ଶାଗ ନିଜ ଖାଇବାରେ ଆଡ୍ କରନ୍ତୁ ।

ଭିଟାମିନ ସି ଆପଣ ସଜନା ଛୁଇଁ, କ୍ୟାପସିକମରୁ ମିଳିଯାଇଥାଏ । ଏହି ସବୁ ଖାଦ୍ୟ ଖାଇବା ସହ ନିଜ ଚୁଟିର ମଧ୍ୟ ଭଲ ଭାବେ ଯତ୍ନ ନେବା ଉଚିତ । ସପ୍ତାହକୁ 2 ଥର ବା ଅତି କମ୍ ରେ ଥରେ ଚୁଟିକୁ ସାମ୍ପୁ କରି ଭଲ ଭାବେ ପରିଷ୍କାର କରି ରଖନ୍ତୁ । କୌଣସି ଭଲ ତେଲରେ ଚୁଟିକୁ ଅଏଲିଙ୍ଗ କରନ୍ତୁ । କାରଣ ତେଲ ଲଗାଇବା ଦ୍ଵାରା ଚୁଟି ସୁସ୍ଥ ରହିଥାଏ । ଏହାଛଡା ଯେତେ ସମ୍ଭବ ବାହାରର ପ୍ଯାକେଜ ଫୁଡ୍, ଫାଷ୍ଟଫୁଡ୍ ଅଧିକ ତେଲମସଲାଯୁକ୍ତ ଖାଦ୍ୟ ଖାଇବା ମଧ୍ୟ କମ୍ କରନ୍ତୁ ।

କାରଣ ଏହି ସବୁ ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ଵାରା ତାହାର ଖରାପ ପରିଣାମ ଆମ ଚୁଟି ଉପରେ ମଧ୍ୟ ପଡିଥାଏ । ସବୁଜ ପନିପରିବା ତଥା ଘରୁ ପ୍ରସ୍ତୁତ ଖାଦ୍ୟ ଓ ପ୍ରଚୁର ମାତ୍ରାରେ ପାଣିର ସେବନ କରି ଶରୀରରେ ରହିଥିବା ଭିଟାମିନର ଅଭାବକୁ ଦୂର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button