ଦେଶ ବିଦେଶ

ଗର୍ଭବତୀ ମହିଳା ଗୀତା, ଭାଗବତ କାହିଁକି ପଢନ୍ତି ? କେତେ ମାସରୁ ପଢିବା ଉଚିତ !

ଟି ପିତାମାତା ନିଜର ଏକ ଉତ୍ତମ ସନ୍ତାନ ହେଉ ବୋଲି ଭଗବାନଙ୍କୁ ପ୍ରାଥନା କରିଥାନ୍ତି । ପିଲାଟି ଶାରୀରିକ ସ୍ତରରୁ ଯେମିତି ସୁସ୍ଥସବଳ ରହିବା ସହ ପିଲାର ମାନସିକ ସ୍ତର ମଧ୍ୟ ଠିକ ସେହିପରି ଭଲ ରହିବାର ଆବଶ୍ୟକତା ରହିଛି । ଗର୍ଭାବସ୍ତା ସମୟରେ ଗର୍ଭବତୀ ମହିଳାଙ୍କର ଖାଦ୍ୟପାନୀୟ ଉପରେ ବିଶେଷ ଧ୍ୟାନ ରଖାଯାଇଥାଏ । ଯାହାଦ୍ୱାରା ଗର୍ଭବତୀ ମହିଳାଙ୍କର ଗର୍ଭରେ ବଢୁଥିବା ସନ୍ତାନର ଠିକ ଭାବେ ଶାରୀରିକ ବିକାଶ ହୋଇପାରିବ।

 

ସେହିପରି ଗର୍ଭସ୍ତ ସନ୍ତାନର ମାନସିକ ସ୍ଥିତି ଯେପରି ଭଲ ରହିବ । ସେହି କଥା ଉପରେ ମଧ୍ୟ ଗର୍ଭାବସ୍ତା ସମୟରେ ଗର୍ଭବତୀ ମହିଳାଙ୍କୁ ଧ୍ୟାନ ଦେବାର ଅଛି । ତେବେ ଏହି କଥାର ଅର୍ଥ ବୁଝାଇବାକୁ ଯାଇ ଆପଣଙ୍କୁ ଏକ ଛୋଟ ପ୍ରସଙ୍ଗ ଏଠାରେ କହିବାକୁ ଯାଉଛୁ । ଭକ୍ତ ପ୍ରହ୍ଲାଦ ଜଣେ ବହୁତ ବଡ ନାରାୟଣ ଭକ୍ତ ଥିଲେ । ତାଙ୍କ ପିତା ଥିଲେ ଦୁଷ୍ଟ ଓ ବଡ ରାକ୍ଷସ ଯାହାଙ୍କ ନାମ ଥିଲା ହିରଣ୍ୟ କଶ୍ଯପ । ତେବେ ଜଣେ ଭୟଙ୍କର ରାକ୍ଷସଙ୍କ ଏତେ ବଡ ବିଷ୍ଣୁ ଭକ୍ତ ପୁତ୍ର କିଭଳି ଜନ୍ମ ହୋଇପାରିଲା ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ?

ତେବେ ଏହା ପଛର ରହସ୍ୟ ହେଉଛି । ଯେତେବେଳେ ଭକ୍ତ ପ୍ରହ୍ଲାଦ ତାଙ୍କ ମାତାଙ୍କ ଗର୍ଭରେ ଥିଲେ । ସେତେବେଳେ ତାଙ୍କ ପିତା କଶ୍ଯପ ତପସ୍ୟା କରିବାକୁ ଯାଇଥିଲେ । ସେହି ସମୟରେ ଭକ୍ତ ପ୍ରହ୍ଲାଦଙ୍କ ମାତା ନାରଦ ମୁନିଙ୍କ ଠାରୁ ଭଗବାନ ନାରାୟଣଙ୍କ କଥା ସବୁବେଳେ ଶୁଣୁଥିଲେ । ଯାହାର ଭଲ ପ୍ରଭାବ ତାଙ୍କ ଗର୍ଭରେ ବଢୁଥିବା ପ୍ରହ୍ଲାଦଙ୍କ ଉପରେ ପଡୁଥିଲା । ତାପରେ ପ୍ରହ୍ଲାଦ ଜନ୍ମ ହେବା ପରେ ସେ ରାକ୍ଷସ କୂଳରେ ଜନ୍ମ ହୋଇ ମଧ୍ୟ ଦୁନିଆର ସବୁଠାରୁ ବଡ ନାରାୟଣ ଭକ୍ତ ବୋଲି ଜଣାଯାଇଥିଲେ ।

 

ହେଲେ ପ୍ରକୃତରେ ଭକ୍ତ ପ୍ରହ୍ଲାଦ ନିଜ ମାତାଙ୍କ ଗର୍ଭରେ ଥିବା ସମୟରେ ହିଁ ସବୁବେଳେ ଭଗବାନ ନାରାୟଣଙ୍କ କଥା ଶୁଣି ଜଣେ ନାରାୟଣ ଭକ୍ତ ବନିଯାଇଥିଲେ । ତେବେ ଏହି ପ୍ରସଙ୍ଗ ଏଠାରେ ଆଲୋଚନା କରିବାର ମାନେ ହେଉଛି । ଯେତେବେଳେ ଜଣେ ମହିଳା ଗର୍ଭବତୀ ଥିବ ।

ମହିଳା ସେହି ଗର୍ଭାବସ୍ତାର ଆରମ୍ଭରୁ ହିଁ ଗୀତା, ଭାଗତବ ପଢିବା ଉଚିତ । ଭଗବାନଙ୍କର ନାମକଥା ଆଦି ଭଲ ଭଲ କଥା ଦେଖିବା ଓ ଶୁଣିବାର ଆବଶ୍ୟକତା ରହିଥାଏ । ଯାହାଦ୍ୱାରା ଗର୍ଭରେ ବଢୁଥିବା ଗର୍ଭସ୍ତ ସନ୍ତାନ ଉପରେ ତାହାର ଭଲ ପ୍ରଭାବ ପଡିଥାଏ । ଗର୍ଭାବସ୍ତା ସମୟରେ ମହିଳା ଜଣଙ୍କ ଖରାପ କଥା ଶୁଣିବା ଓ ଖରାପ ଦୃଶ୍ୟ ଦେଖିବା ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଦ୍ଵାରା ଏହା ଗର୍ଭବତୀ ମହିଳା ଓ ଗର୍ଭସ୍ତ ସନ୍ତାନ ଉଭୟଙ୍କ ପାଇଁ ହିତକର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button